Odisha News

ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ସଂଗ୍ରହ କରିବ କେନ୍ଦ୍ର, ଉପକୃତ ହେବେ ଲକ୍ଷାଧିକ ଚାଷୀ

ଭୁବନେଶ୍ୱର,୧୯/୧: ଚଳିତ ଖରିଫ୍ ଋତୁରେ ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ଏଫ.ସି.ଆଇ ଜରିଆରେ କେନ୍ଦ୍ର ସରକାର କିଣିବେ ବୋଲି କେନ୍ଦ୍ର ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି। କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକ୍ରମେ ମନ୍ତ୍ରୀ ଗୋଏଲ ଏହି ପଦକ୍ଷେପ ନେଇଛନ୍ତି।
ଅଧିକ ଚାଉଳ ସଂଗ୍ରହ କଲେ ରାଜ୍ୟର ଚାଷୀମାନେ ଉପକୃତ ହେବେ ବୋଲି ଚଳିତମାସ ୧୬ ତାରିଖରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ, କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀଙ୍କୁ ପତ୍ର ଲେଖି ଏ ସମ୍ପର୍କରେ ଅବଗତ କରାଇଥିଲେ। ଚଳିତ ଖରିଫ୍ ଋତୁରେ ଓଡ଼ିଶାରେ ଭଲ ଅମଳ ହୋଇଥିବାରୁ ରାଜ୍ୟରୁ ମୋଟ୍ ପ୍ରାୟ ୭୯ ଲକ୍ଷ ମେଟ୍ରିକ୍ ଟନ୍ ଖରିଫ୍ଚାଉଳ ସଂଗ୍ରହ କରାଯିବା ନେଇ ଆକଳନ କରାଯାଇଛି।

Related Posts

Seo wordpress plugin by www.seowizard.org.