Top Stories

ଓଏଏସସ୍ତରରେ ଅଦଳବଦଳ: ବରିଷ୍ଠ ଓଏଏସ୍ ସୁଦାମ ଚରଣ ମଣ୍ଡଳ ହେଲେ ଏମଏସଏମଇ ବିଭାଗର ଅତିରିକ୍ତ ସଚିବ

ଭୁବନେଶ୍ୱର, ୨୮/୫: ରାଜ୍ୟ ସରକାର ଶନିବାର ଓଏଏସସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଭଞ୍ଜନଗର ଉପଜିଲ୍ଲାପାଳ ତଥା ବରିଷ୍ଠ ଓଏଏସ୍ ରାଜେନ୍ଦ୍ର ମିଞ୍ଜଙ୍କୁ ପଦୋନ୍ନତି ଦେଇ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜର ରେଜିଷ୍ଟ୍ରାର(ପ୍ରଶାସନିକ) ଭାବେ ବଦଳି କରାଯାଇଛି।
ସେହିପରି ଗଞ୍ଜାମ ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟଙ୍କୁ ଭଞ୍ଜନଗର ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି । ରଙ୍ଗେଇଲୁଣ୍ଡା ବିଡିଓ ପ୍ରସନ୍ନ କୁମାର ପାତ୍ରଙ୍କୁ ଗଞ୍ଜାମ ଜିଲ୍ଲା ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି ।
ସେହିପରି କଟକରେ ଅବକାରୀ ଡେପୁଟି କମିଶନର ରାମଚନ୍ଦ୍ର ପାଲଟାଙ୍କୁ ପଦୋନ୍ନତି ଦିଆଯାଇ ସେଠାରେ କାର୍ଯ୍ୟ କରିବାକୁ କୁହାଯାଇଛି ।
ବରିଷ୍ଠ ଓଏଏସ୍ ସୁଦାମ ଚରଣ ମଣ୍ଡଳଙ୍କୁ ଏମଏସଏମଇ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀ ମଣ୍ଡଳ ଏବେ ଶିଳ୍ପ(କେଭିଆଇ)ର ଅତିରିକ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କୁ ଅତିରିକ୍ତ ଭାବେ ନୂଆ ଦାୟିତ୍ୱ ତୁଲାଇବାକୁ କୁହାଯାଇଛି ।

Related Posts

Seo wordpress plugin by www.seowizard.org.