Top Stories

ଏବେ ନୁହେଁ, ୨୦୧୪ରୁ ଚର୍ଚ୍ଚାରେ ଭାଇରାଲ ଲେଡି– ଜଣେ ମାର୍ବଲ୍ ବ୍ୟସାୟୀଙ୍କ ବିରୋଧରେ ଆଣିଥିଲେ ମିଥ୍ୟା ଧର୍ଷଣ ଅଭିଯୋଗ

This mysterious viral lady of Odisha has been playing dirty tricks since 2014

ଏହପରେ ଫାଶରେ ପଡ଼ିଥିଲେ ଜଣେ ବଡ଼ ପ୍ରଶାସନିକ ଅଧିକାରୀ; ବାଧ୍ୟ ହୋଇ ସାଲିସ୍ କରିଥିଲେ
ଏବେକାର ପ୍ରକରଣ ପଛରେ ରହିଛି ଫଲ୍‌ସ ବିଲ୍ ନକରିପାରିବାର ବିକଳ ଉଦ୍ୟମ
ଭୁବନେଶ୍ୱର, ତା ୧୭/୬: ରାଜ୍ୟରେ ବର୍ତ୍ତମାନ ଜଣେ ମହିଳାଙ୍କୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ଭାଇରାଲ ରହିଥିବା ଏହି ମହିଳା ୨୦୧୪ ମସିହାରେ ଭୁବନେଶ୍ୱରରେ ଦାସବାବୁ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ଦୁଇଥର ତାଙ୍କୁ ଧର୍ଷଣ କରିଥିବା ନେଇ ରିପୋର୍ଟ କରିଥିଲେ । ଏ ନେଇ ମହିଳା ଥାନା ତଦନ୍ତ କରିଥିଲା । ତଦନ୍ତ ରିପୋର୍ଟରୁ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା । ଏହି ଅଭିଯୋଗ ଓ ପୋଲିସ୍ ତଦନ୍ତ ରିପୋର୍ଟ ଏବେ ଗଣମାଧ୍ୟମ ନିକଟରେ ପହଂଚିସାରିଛି ।
ଦାସବାବୁ ଜଣେ ମାର୍ବଲ ବ୍ୟବସାୟୀ ବୋଲି ଜଣାପଡ଼ିଛି । ସେତେବେଳେ ସେ ଏହି ମିଥ୍ୟା ଘଟଣାରେ ତ୍ରାହିତ୍ରାହି ଡାକୁଥିଲେ ।
ଏହପରେ ଏହି ମହିଳା ଜଣଙ୍କ ଜାଲରେ ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ ପଡ଼ିଥିଲେ । ସେ ବାବୁଙ୍କୁ ମୋବାଇଲ ଜାଲର ଏମିତି ଜାଲରେ ସେ ଫସାଇଲେ ଯେ ବିଚରା ସେ ଆତ୍ମହତ୍ୟା କରିବାକୁ ବାହାରିଲେ । ଜିଲ୍ଲାପାଳ ଦାୟିତ୍ୱ ଠିକଣା ଭାବେ ତୁଲାଇ ପାରିଲେ ନାହିଁ । ଶେଷରେ ତାଙ୍କୁ ମଧ୍ୟସ୍ତି ମାଧ୍ୟମରେ ସାଲିସ୍ କରିବା ପାଇଁ ପଡ଼ିଲା ।
ଏବେ ଏହି ମହିଳାଙ୍କ ଫାଶ ଆଉଜଣଙ୍କ ଉପରେ ଫିଙ୍ଗାଯାଇଛି । କିନ୍ତୁ ଫରକ ହେଉଛି ଏଇଆ ଯେ ଉଭୟ ଶିକାର ଓ ଶିକାରୀ ଉଭୟ ଭିଡ଼ାଭିଡ଼ି ଅବସ୍ଥାରେ ରହିଛନ୍ତି । ସମୟ ବଡ଼ ବଳବାନ । ଏ ଶିକାର ଚକ୍ରାନ୍ତର ପ୍ରଚ୍ଛଦପଟ ନାୟକ ଏବେ ଦୂରରୁ ରହି ରିମୋଟ୍ ପରିଚାଳନା କରୁଛନ୍ତି । ସଦ୍ୟ ଶିକାର ଉଦ୍ଦେଶ୍ୟ ପଛରେ ରହିଛି କୋଟିକୋଟି ଟଙ୍କାର ଠିକାଦାରୀ ଏବଂ ବିନା କାମରେ ବିଲ୍ ପାଶ୍ କରିବାର ଅପପ୍ରୟାସ ।
ଏହି ମହିଳାଙ୍କ ବିରୋଧରେ ପୂର୍ବ ସରକାରଙ୍କ ସମୟରେ ୮ଟି କେଶ୍ ହୋଇଥିବା ବେଳେ ବର୍ତମାନର ସରକାର ସମୟରେ ଦୁଇଟି କେଶ୍ ହୋଇଛି । ଏହି ମହିଳଙ୍କର ମୋବାଇଲ୍ ଫୋନ ପରମାଣୁ ବୋମା ଠାରୁ ଆହୁରୀ ଶକ୍ତିଶାଳୀ । ତାଙ୍କର ରିଲ୍‌ସରେ ସେ ସମଗ୍ର ମିଡ଼ିଆ ଓ ପ୍ରଶାସନକୁ ଅନ୍ଧ ସଜାଇ ପାରିବାର ଦକ୍ଷତା ରହିଛି । ମିଡ଼ିଆରେ ଏମତି ସେ ଅଭିନୟ କରି କହିପାରନ୍ତି ଯେ ସାରା ଦୁନିଆଁ ତାଙ୍କରି କଥା ହିଁ କେବଳ ବିଶ୍ୱାସ କରିବ । ପୋଲିସ୍ ଓ ପ୍ରଶାସନ ତାଙ୍କ ଲାଇଭ୍ କଭରେଜ୍ ନିକଟରେ ନିଜକୁ ବେଶ୍ ଅସହାୟ ମନେ କରନ୍ତି ।

Related Posts