Odisha News

ଏନଏସି ଗଠନ ଦାବିରେ ୧୨ ଘଣ୍ଟିଆ ବାମରା ବନ୍ଦ, ଗାଡି ଚଳାଚଳ ଠପ୍

ସମ୍ବଲପୁର, ୨୮/୨ : ରାଜ୍ୟରେ ତେଜୁଛି NACଦାବି ନିଆଁ । ବିଭିନ୍ନ ସ୍ଥାନରେ NAC ମାନ୍ୟତା ନେଇ ଦାବି ଉଠିଛି।
ଏନେଇ ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଛି। ଏହି କ୍ରମରେ ସମ୍ବଲପୁର ଜିଲ୍ଲା ବାମରାକୁ ଏନଏସି ଘୋଷଣା ଦାବିରେ ବନ୍ଦ ପାଳନ କରାଯାଇଛି। ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ଏନଏସି ଘୋଷଣା କରା ନଯିବାକୁ ନେଇ ସ୍ଥାନାୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି।
ରାଜ୍ୟ ସରକାରଙ୍କ ୩୫ ନୂଆ NAC ଘୋଷଣା ଘୋଷଣା କରିଥିବା ବେଳେ ସେଥିରୁ ବାମରା ବାଦ ପଡିଥିବାରୁ ସ୍ଥାନୀୟ ଲୋକେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରିଛନ୍ତି। ତେବେ ବନ୍ଦରୁ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି।
ଆନ୍ଦୋଳନ ଯୋଗୁ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି। ନାଗରିକ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ବଣିକ ସଂଘ ଓ ସମସ୍ତ ସଂଘ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।
ସେହିପରି NAC ଦାବିରେ ବାଲେଶ୍ୱର ଜିଲ୍ଲା ଖଇରାରେ ବନ୍ଦ ପାଳନ କରାଯାଇଛି। ସ୍ୱାଭିମାନ ମଞ୍ଚ ଓ ଖଇରା ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଖଇରାକୁ ଏନଏସି ପାଇଁ ଅନେକ ଦିନ ହେବ ଦାବି ହୋଇଆସୁଥିଲା କ୍ଷ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କିଛି ଅଞ୍ଚଳକୁ ଏନଏସି ଘୋଷଣା କରିବା ପରେ ଖଇରାକୁ ମଧ୍ୟ ଏନଏସି ଘୋଷଣା ପାଇଁ ଦାବି ଜୋର୍ ଧରିଛି।

Related Posts

Seo wordpress plugin by www.seowizard.org.