ଏଚଏମପିଭି ଭୁତାଣୁ ନେଇ ପରାମର୍ଶ ଜାରି କଲେ ଓଡିଶା ସରକାର
ଭୁବନେଶ୍ୱର, ୬/୧ : ହ୍ୟୁମାନ ମେଟାନିମୋ ଭାଇରସ ସଂଗଠନ ଏପର୍ଯ୍ୟନ୍ତ ପୁଷ୍ଟି କରିନାହିଁ । ଭାରତ ସରକାର ମଧ୍ୟ ଏନେଇ କୌଣସି ଆଡଭାଇଜରି ଜାରି କରିନାହାନ୍ତି । ତେବେ ଯେକୌଣସି ସ୍ଵାସ୍ଥ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । କୋଭିଡ ଆମକୁ ବହୁତ୍ ଜିନିଷ ଶିଖାଇ ଦେଇଛି ।
ଆମର ସ୍ଵାସ୍ଥ୍ୟ ବ୍ୟବସ୍ଥା ପୂର୍ବ ତୁଳନାରେ ଅଧିକ ସୁଦୃଢ଼ ହୋଇଛି । ତେବେ ଏହି ଭୂତାଣୁ ପୂର୍ବରୁ ଥିଲା ଓ ରହିଛି ଏବଂ ଏହାକୁ ନେଇ ଡରିବାର ନାହିଁ ବୋଲି ଦୁଇ ଦିନ ତଳେ ଭାରତ ସରକାରଙ୍କ ସ୍ଵାସ୍ଥ୍ୟ ସେବା ମହାନିର୍ଦ୍ଦେଶକ କହିଛନ୍ତି।
୨୦୦୧ ମସିହାରୁ ଏହି ଭାଇରସ ନେଦରଲ୍ୟାଣ୍ଡରେ ଚିହ୍ନଟ ହୋଇଥିଲା ଏବଂ ବିଭିନ୍ନ ସମୟରେ ଭାରତରେ ମଧ୍ୟ ଚିହ୍ନଟ ହୋଇଛି ।
ତେବେ ରାଜ୍ୟରେ ହ୍ୟୁମାନ ମେଟାନିମୋ ଭାଇରସକୁ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଜନ ସ୍ଵାସ୍ଥ୍ୟ ନିର୍ଦେଶକ , ଡ଼ିଏମିଇଟିଙ୍କ ସହ ଆରଏମଇସିର ଡ଼ାଇରେକ୍ଟର ଉପସ୍ଥିତ ଥିଲେ ।