Odisha News

ଏଚଆଇଭି ଏଡସ ଓ ସିଫିଲିସ ରୋଗର ସମୁଳ ନିରାକରଣ ପାଇଁ ପାଲା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୧/୧୨: ଓଡିଶା ଏଡସ ନିୟନ୍ତ୍ରଣ ସମିତି ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସପ୍ତାହ ବ୍ୟାପୀ ଏଚଆଇଭି ଏଡସ ଓ ସିଫିଲିସ ରୋଗର ସମୁଳ ନିରାକରଣ ପାଇଁ ପାଲା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାର ତିନୋଟି ବ୍ଲକର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ମନମୁଣ୍ଡା, ବାଉଁଶୁଣୀ ଓ ପୁରୁଣାକଟକ ଠାରେ କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଯାହାକି ଜନମାନସରେ ଏହି ରୋଗର ଭୟାବହତା ଓ ସାମାଜିକ ଭେଦଭାବ ଦ୍ୱର କରିବା ସମସ୍ତେ ଆଇସିଟିସି କେନ୍ଦ୍ରମାନଙ୍କରେ ମାଗଣାରେ ରକ୍ତ ନମୁନା ଯାଂଚ କରି ଏହି ରୋଗ ୨୦୨୫ ମସିହା ସୁଦ୍ଧା ମାଁ ଠାରୁ ଶିଶୁକୁ ସଂକ୍ରମଣ ସପୂର୍ଣ୍ଣ ନିରାକରଣ ଲକ୍ଷ ହାସଲ ପାଇଁ ଉକ୍ତ କାର୍ଯ୍ୟକ୍ରମଟି ବୌଦ୍ଧଜିଲ୍ଲାର କଳାଂଜଳୀ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ସୁଚାରୁ ରୂପେ ବିପୁଳ ଜନସମାଗମରେ ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ପ୍ରମୋଦ ମହାରଣା, ବନୋଜ ପ୍ରଧାନ, ଗୀତାଂଜଳି ସାହୁ,ମୀନାକ୍ଷୀ ସାହୁ ଙ୍କ ତତ୍ୱାବଧାନରେ କଳାକାରମାନେ ପାଲା ପରିବେଶଣ କରିଥିଲେ ।
ସପ୍ତମ ରାଜ୍ୟସ୍ତରୀୟ ବଘିଆପଡା କ୍ରିକେଟ ଟୁର୍ଣ୍ଣାମେଣ୍ଟଉଦଯାପିତ :ଅନୁଗୁଳ କୁ ହରାଇ ବ୍ରହ୍ମଗିରି ଚମ୍ପିୟାନ
ବୌଦ୍ଧ;୨୧/୧୨: ବୌଦ୍ଧଜିଲ୍ଲା ବଘିଆପଡା ଖେଳ ପଡିଆ ଠାରେ ୟୁଥ କ୍ଲବ ଆନୁକୁଲ୍ୟରେ ସପ୍ତମ ରାଜ୍ୟସ୍ତରୀୟ ବଘିଆପଡା କପ ଟେନିସ କ୍ରିକେଟ ଟୁର୍ଣ୍ଣାମେଣ୍ଟସୋମବାର ଦିନ ଉଦଯାପିତ ହୋଇଛି । ଉଦଯାପନ ଦିବସର ଫାଇନାଲ ମ୍ୟାଚ ବ୍ରହ୍ମଗିରି ପୁରୀ ବନାମ ଅନୁଗୁଳ ଲୁଟୁ ୱାରିଆର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମଗିରି ବିଜୟ ଲାଭ କରିଛି । ତିନୋଟି ପର୍ଯ୍ୟାୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଅନୁଗୋଳ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଙ୍ଗ କରି ୧୦ ଓଭରରେ ୭ ୱିକେଟ ହରାଇ ୧୦୪ ରନ କରିଥିଲା ।
ଏହାର ଜବାବରେ ବ୍ରହ୍ମଗିରି ଦଳ ସମସ୍ତ ୱିକେଟ ହରାଇ ୭୪ ରନ କରି ପରାଜୟ ବରଣ କରିଥିଲା । ଦ୍ୱିତୀୟ ଓ ତୃତୀୟ ସେଟ ଖେଳରେ ବ୍ରହ୍ମଗିରି ଦଳ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟ ଚମ୍ପିୟାନ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବରେ ଭିଶାଖା ଆଜବେଷ୍ଟସ ଷ୍ଟେଟ ମୁଖ୍ୟ ପ୍ରବୀଣ କୁମାର ବେହେରା , ସେଲେସ ମ୍ୟାନେଜର ଗୋପିନାଥ ଦାସ,ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ଅରୁଣ କୁମାର ପ୍ରଧାନ,ବଘିଆପଡା ସରପଞ୍ଚ ସୁଶ୍ରୀ ଅନୁଜା ଦୀପ, ଟିକରପଡା ସରପଂଚ ଝରଣା ଜାନୀ, ବ୍ରାହ୍ମଣୀପାଲି ସରପଂଚ ଅରୁଣ ବାଘ ଯୋଗ ଦେଇ ବିଜୟତା ଦଳକୁ ୪୦ ହଜାର ଟଙ୍କା ସହ ଟ୍ରଫି ଓ ଉପବିଜୟତା ଦଳକୁ ୩୦ ହଜାର ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରିଥିଲେ । ମ୍ୟାନ ଅଫଦି ମ୍ୟାଚ ଓ ମ୍ୟାନ ଅଫ ସରିଜ ବ୍ରହ୍ମଗିରି ଦଳର ସୌଭାଗ୍ୟ ନାୟକ ଙ୍କୁ ପ୍ରଦାନ କରାଯାଇଥିଲା ।
ଅମ୍ପାୟର ଭାବେ ଖେଳକୁ ବାବୁଲ ,ସୁଶାନ୍ତ କୁମାର ସାହୁ, ରାମ ଦଳବେହରା, ଅଜିତ ପ୍ରଧାନ, ଦେବାଶିଷ ପ୍ରଧାନ ପରିଚାଳନା କରିଥିଲେ । ବୁଦ୍ଧଦେବ ମହାରଣା ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ହୀରାଲାଲ ସାହୁ, ଗଗନ ମହାନ୍ତି, ମିଥୁନ ପାତ୍ର, ସୌମ୍ୟରଂଜନ ମଲିକ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।
ବୌଦ୍ଧ ବ୍ଲକ ଏକ୍ସକ୍ୟାଡର ଶିକ୍ଷକଙ୍କ ସାଂଗଠନିକ ବୈଠକ
ବୌଦ୍ଧ,୨୧/୧୨: ବୌଦ୍ଧ ବ୍ଲକ ସାହାଜପାଲ ଠାରେ ପ୍ରାଥମିକ ଶିକ୍ଷକ ବ୍ଲକଏକ୍ସକ୍ୟାଡର ସଂଘର ସଭାପତି ସରୋଜ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି,ଏଥିରେ ଜିଲ୍ଲା କାର‌୍ୟ୍ୟକାରୀ ସଭାପତି ପ୍ରକାଶ ଡାଙ୍ଗ ଯୋଗଦେଇ ଆଗାମୀ ୨୭ ଡିସେମ୍ବର ରାଜ୍ୟ ମହାସଂଘର ହେବାକୁଥିବା ଆନ୍ଦୋଳନ କୁ ସୁଦୃଢ଼ କରିବାକୁ କହିଥିବା ବେଳେ ଜିଲା ସାଧାରଣ ସଂପାଦକ ତଥା ବୌଦ୍ଧ ବ୍ଲକ ସଂପାଦକ ବିରବିକ୍ରମ ପ୍ରଧାନ ସଂଗଠନ ର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ ।
ଏଥିରେ ଜିଲ୍ଲା ସାଂଗଠନିକ ସଂପାଦକ କେଶବ ପ୍ରଧାନ ଯୋଗଦେଇ ଏକ୍ସକ୍ୟାଡର ଉଚ୍ଛେଦ, ସମସ୍ତଙ୍କୁ ଇନକ୍ରିମେଣ୍ଟ ପ୍ରଦାନ ଓ ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ ସରକାର ନକଲେ ପରିସ୍ଥିତି ଭୟାବହଃ ହେବ ବୋଲି କହିଥିଲେ,ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ କେଶବ ବେହେରା,ସ୍ମରଣ ମହାକୁଡ଼,ପଙ୍କଜ କର୍ଣ୍ଣ,ବାବୁଲା ବଘାର,ଗିରିସ ଚନ୍ଦ୍ର ଦାସ,ବିଘ୍ନରାଜ ପ୍ରଧାନ,ଶଙ୍କର ପରଡ଼ିଆ,ସୁରେନ୍ଦ୍ର ପ୍ରଧାନ, ମନ୍ମଥ ତରିଆ,ସୁବାଷ ସାହୁ,କିଶୋର ପାଢ଼ୀ,କ୍ଷୀରୋଦ ପ୍ରଧାନ ପ୍ରମୁଖ ଯୋଗଦେଇ ଅତୀତରେ ସଂଘର ସଂଘର୍ଷ କଥାକୁ ଦୋହରାଇବା ସହ ତୃଣମୂଳ ସ୍ତରରୁ ସଙ୍ଘଠନକୁ ମଜବୁତ କରିବାକୁ ମତପ୍ରକାଶ କରିଥିଲେ ।

ଶାନ୍ତିକ୍ଷେତ୍ର ବୌଦ୍ଧ ଭୂଖଣ୍ଡରେ ସାଂସ୍କୃତିକ ମହାକୁମ୍ଭ ଏକ ଦିବ୍ୟ ଅନୁଭୁତ:ଷଷ୍ଠ ଗଡଜାତ ଲୋକ ମହୋତ୍ସବ ଉଦଜାପିତ
ବୌଦ୍ଧ; ୨୧/୧୨: ବୌଦ୍ଧ ଭୂମୀର ଏହି ଶାନ୍ତି କ୍ଷେତ୍ରରେ ଗଡଜାତ ଲୋକ ମହୋତ୍ସବ ସାଂସ୍କୃତିକ ମହାକୁମ୍ଭ ସୃଷ୍ଟି କରିଛି ଏହାଦ୍ୱାରା ଏକ ଦିବ୍ୟ ଅନୁଭୁତି ସୃଷ୍ଟି ହୋଇ ପାରିଛି । ଏହି ଏ÷୍ୟତିହାସିକ ଭୂମୀର ପୁରୁଣାସ୍ମୃତି ରୂଦ୍ଧିମନ୍ଥ ହେବାସହ ଏଠାର ଅଧିବାସୀଙ୍କ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ସମାଜରେ ସୃଷ୍ଟ କରି ପାରିଛି ବୋଲି ଷଷ୍ଠ ଗଡଜାତ ଲୋକ ମହୋତ୍ସବର ଉଦଜାପନୀ ଉତ୍ସବରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଜ୍ୟ ପଞ୍ଚାୟତିରାଜ, ଜଙ୍ଗଲ ଓ ପରିବେଶ ତଥା ସୁଚନା ଲୋକ ସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ସିନେ ନିର୍ଦ୍ଧେଶକ ବୁନୁ ରଣା ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ଆମ ଗଡଜାତ ସ୍ମରଣିକା ଉନ୍ମୋଚିତ ହୋଇଥିଲା ।
ଏଥିସହ ବିଭିନ୍ନ କ୍ଷେତ୍ରରେ ପ୍ରସଂଶନୀୟ କାର୍ଯ୍ୟ ପାଇଁ ବୌଦ୍ଧର ଆୟୁର୍ବେଦ ଡାକ୍ତର ଗିରିଜା ଶଂକର ପାଢୀ, ହରଭଙ୍ଗା ବ୍ଲକର ସାମ୍ବାଦିକ ପ୍ରୀତି ରଂଜନ ଦାସ, ଜଙ୍ଗଲ ରକ୍ଷକ ସ୍ୱାଧିନ ସାମଲ, ସଫଳ କୃଷକଭାବେ ରମେଶ ଭୋକ୍ତା,ସିନେ ତାରକା ଶୋଭା ରାଉତ,ଏବଂ ବିର୍ଶାମୁଣ୍ଡା କନ୍ଧ ସମାଜକୁ ପଗଡି ପିନ୍ଧାଇ ମାନପତ୍ର ପ୍ରଦାନ ପୁର୍ବକ ସମ୍ମାନିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାକୁ ଅନୁଷ୍ଠାନର ସଭାପତି ବିଶ୍ୱଜିତ ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ ବିଜୟ କୁମାର ସାହୁ ମଂଚ ପରିଚାଳନା କରିଥିଲେ ।
ସଂପାଦକ ଦେବାଶିଷ ମହାକୁଡ ବିବରଣୀ ପାଠ କରିଥିବାବେଳେ ଅନୁଷ୍ଠାନର ମାର୍ଗଦର୍ଶକ ପୁର୍ଣ୍ଣଚନ୍ଦ୍ର ଗାଇଗୌରୀଆ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବରଗଡର ସମ୍ବଲପୁରୀ ନୃତ୍ୟ, ପ୍ରଣାମ ଅନୁଷ୍ଠନର ଓଡିଶୀନୃତ୍ୟ ଓ କଣ୍ଠଶିଳ୍ପୀ ଶୋଭାଙ୍କ ସୁର ଓ ନୃତ୍ୟ ଯାଦୁରେ ଦର୍ଶକ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରୁଥିଲେ । ପାଞ୍ଚଦିନ ଧରି ବିରନରସିଂହପୁର ହାଇସ୍କୁଲ ପଡିଆ ଠାରେ ଚାଲିଥିବା ଏହି ମହୋତ୍ସବରେ ମୀନାବଜାର, ଖାଦ୍ୟ ଷ୍ଟଲ ଓ ବିଭିନ୍ନ ଖାଦ୍ୟ ସାମଗି, ଘର କରଣ ଉପକରଣ,ସରକାରନ୍ୱିଭିନ୍ନ ବିଭାଗୀୟ ଷ୍ଟଲ ପ୍ରଦର୍ଶିତ ହୋଇଥିଲା ।

Related Posts

Seo wordpress plugin by www.seowizard.org.