Odisha News

ଏକ ଶହ କୋଡ଼ିଏ ଫୁଟର ଜାତୀୟ ପତାକା ଧରି ଛାତ୍ରଛାତ୍ରୀ ପାଳିଲେ ଗଣତନ୍ତ୍ର ଦିବସ

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୭/୧ : ଏକ ଶହ କୋଡ଼ିଏ ଫୁଟ ଲମ୍ବର ଜାତୀୟ ପତାକା ଧରି ଛାତ୍ରଛାତ୍ରୀ ପାଳିଲେ ଗଣତନ୍ତ୍ର ଦିବସ। ସଦର ନୟାଗଡ଼ ମୁଥାଗାଡିଆ ପଞ୍ଚାୟତ କଳାହାଣ୍ଡି ଗ୍ରାମର ଶ୍ରୀ ରାଧାମାଧବ ସେବା ସଂଘ ଏବଂ ଜୟପୁର ଗ୍ରାମର ଯୁବକ ସଂଘ ମିଳିତ ଆନୁକୁଲ୍ୟରେ ଗଣତନ୍ତ୍ର ଦିବସ ପାଳନ ହୋଇଯାଇଛି।
ରାଧାମାଧବ ସେବା ସଂଘ ସଭାପତି ନନ୍ଦକିଶୋର ବାଘ , ସମ୍ପାଦକ ପ୍ରଶାନ୍ତ କୁମାର ସେଠୀ,ସହ ସମ୍ପାଦକ ଭାଗିରଥି ବେହେରା ଏବଂ ସଂଘ ର ସଦସ୍ୟମାନେ ମିଶି ଆୟୋଜିତ ଏହି ଉତ୍ସବରେ ଛାତ୍ରଛାତ୍ରୀ ମାନେ ଏକ ଶହ କୋଡ଼ିଏ ଫୁଟ ର ଜାତୀୟ ପତାକା ଧରି ଗ୍ରାମ ପରିକ୍ରମା କରିଥିଲେ। ସଂଘ ତରଫରୁ ଜାତୀୟତାବାଦର ଏହି ପ୍ରୟାସ କୁ ଗ୍ରାମବାସୀ ମାନେ ବହୁ ପ୍ରଶଂସା କରିଛନ୍ତି।

Related Posts

Seo wordpress plugin by www.seowizard.org.