Odisha News

ଏକଜିଟ ପୋଲ: ଲୋକସଭାରେ ଓଡ଼ିଶାରେ ବିଜେପିର ଦମଦାର ପ୍ରଦର୍ଶନ, ଧରାଶାୟୀ ବିଜେଡି

ଓଡ଼ିଶା, ୧/୬: ଦେଶରେ ଆଜି ଶେଷ ହୋଇଛି ନିର୍ବାଚନ। ଆଉ ତା’ ସହିତ ସାମ୍ନାକୁ ଆସିଛି ବିଭିନ୍ନ ଗଣମାଧ୍ୟମ ଓ ସର୍ଭେ ସଂସ୍ଥାର ଏକଜିଟ ପୋଲ ତଥ୍ୟ। ଏହି କ୍ରମରେ ଓଡ଼ିଶା ଲୋକସଭା ନିର୍ବାଚନକୁ ନେଇ ଇଣ୍ଡିଆ ଟିଭିର ଏକଜିଟ ପୋଲ୍ ତଥ୍ୟ କହୁଛି ରାଜ୍ୟରେ ବାଜି ମାରିବ ବିଜେପି।
ଏହାର ଆକଳନ ଅନୁଯାୟୀ ରାଜ୍ୟର ୨୧ଟି ଲୋକସଭା ଆସନରୁ ବିଜେପି ୧୫ ରୁ୧୭ଟି ଜିତିବ। ବିଜେଡିକୁ ମିଳିବ ମାତ୍ର ୪ରୁ ୬ଟି ଆସନ। ସେହିପରି କଂଗ୍ରେସକୁ ୦-୧ ଆସନ ମିଳିବ।
‘ଜନ୍ କି ବାତ୍’ର ଏକଜିଟ ପୋଲର ତଥ୍ୟ ମଧ୍ୟ ବିଜେପି ସପକ୍ଷରେ ଯାଇଛି। ଏହାର ଆକଳନ ଅନୁଯାୟୀ, ବିଜେପି ରାଜ୍ୟରେ ୧୫-୧୮ଟି ଲୋକସଭା ଆସନ ଜିତିବ। ବିଜେଡି ୩ରୁ ୭ଟି ଆସନ ଜିତିବ। ଗତ ଥର ଗୋଟିଏ ଆସନ ଜିତିଥିବା କଂଗ୍ରେସର ହାତ ଖାଲି ରହିପାରେ।

Related Posts

Seo wordpress plugin by www.seowizard.org.