Odisha News

ଏଏସଓ ପରୀକ୍ଷାରେ ତ୍ରୁଟି ନାହିଁ- ଓପିଏସସି ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପଦକ୍ଷେପ ନିଆଯିବ- ଅଧ୍ୟକ୍ଷ

କଟକ,୨୨/୧୧: ASO ପରୀକ୍ଷା ଅତ୍ୟନ୍ତ ସ୍ୱଚ୍ଛତାର ସହ ହୋଇଛି । ଏଥିରେ କୌଣସି ପ୍ରକାର ଅନିୟମିତତା ହୋଇ ନାହିଁ । ମେଧା ହିଁ ପ୍ରାର୍ଥୀ ଚୟନର ଏକମାତ୍ର ମାପଦଣ୍ଡ । ଏଥିସହ ଯାହାର ଅଭିଯୋଗ କରିବାର ଅଛି ରେଜଲ୍ଟ ବାହାରିବା ପରେ ଅଭିଯୋଗ କରନ୍ତୁ ବୋଲି କହିଛନ୍ତି ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ।
ଏନେଇ ଆଜି ଏକ ସାମ୍ବାଦକି ସମ୍ମିଳନୀରେ ସେ କହିଛନ୍ତି, ଫାଇନାଲ ରେଜଲ୍ଟ ପରେ ହିଁ ମାର୍କସିଟ୍ ଓ ଉତ୍ତର ଅପଲୋଡ୍ ହେବ । ପୂର୍ବରୁ ହାଇକୋର୍ଟ ଉତ୍ତର ଅପଲୋଡ୍ ନେଇ ୨୦୧୬ରେ ନିର୍ଦ୍ଦେଶ ଦେଇଥିଲେ । ଏହାରି ଅନୁସାରେ ସମସ୍ତ କାର‌୍ୟ୍ୟ ହେଉଛି ବୋଲି କହିଛନ୍ତି ସତ୍ୟଜିତ ମହାନ୍ତି ।
ଚଳିତ ପରୀକ୍ଷାରେ ସାଧାରଣ ବର୍ଗ ପାଇଁ ୪୦% ଓ SEBC/SC/STଙ୍କ ପାଇଁ ୩୦% ସର୍ବନିମ୍ନ ଯୋଗ୍ୟତା ମାର୍କ ଥିଲା । କୌଣସି ଏକ ବିଷୟରେ ସର୍ବନିମ୍ନ ମାର୍କ ରଖିନଥିଲେ ପ୍ରାର୍ଥୀ ମନୋନୀତ ହୋଇନଥିବେ ବୋଲି କହିଛନ୍ତି ସତ୍ୟଜିତ୍ । ଫାଇନାଲ୍ ରେଜଲ୍ଟ ବାହାରିବା ପରେ ସେମାନେ ଅଭିଯୋଗ କରିପାରିବେ । ସେତେବେଳେ ଅଭିଯୋଗ ସତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏବେ ରେଜଲ୍ଟ ବାହାରିବା ପୂର୍ବରୁ ଅଭିଯୋଗ କରିବା ଉଚିତ୍ ନୁହେଁ । ଏହା କେବଳ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି କରୁଛି । ଅନିୟମିତତା ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ବୋଲି ଦୋହରାଇଛନ୍ତି ଓଡ଼ିଶା ଲୋକ ସେବା ଆୟୋଗ ଅଧ୍ୟକ୍ଷ।
ଏଥିସହ ASO ପରୀକ୍ଷା ଏକ ମେଧାଭିତ୍ତିକ ପରୀକ୍ଷା ବୋଲି କହିଛନ୍ତି। ଯଦି ଜଣେ ରିକ୍ସାବାଲା, ଚା’ବାଲାର ପୁଅ, ଝିଅ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରୁଛନ୍ତି ତେବେ ଏଥିରେ ଅନିୟମିତତାର ପ୍ରଶ୍ନ ଉଠୁନି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ASO ପରୀକ୍ଷାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ରାସ୍ତାକୁ ଓହ୍ଲାଇଥିଲେ ବହୁ ପରିକ୍ଷାର୍ଥୀ। ଏହାପରେ ଆଜି ପ୍ରତିକ୍ରିୟା ରଖିଛନ୍ତି OPSC ଅଧ୍ୟକ୍ଷ।

Related Posts

Seo wordpress plugin by www.seowizard.org.