ଉପ-ନିର୍ଦ୍ଦେଶକ, ସୂଚନା ଓ ଲୋକ ସମ୍ପର୍କ ବିଭାଗ (ଉତ୍ତରାଞ୍ଚଳ ), ସମ୍ବଲପୁରଙ୍କ ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୧/୧୨ : ମଙ୍ଗଳବାର ପୂର୍ବାହ୍ନରେ ଉପ-ନିର୍ଦ୍ଦେଶକ,(ଉତ୍ତରାଞ୍ଚଳ ) ସୂଚନା ଓ ଲୋକ ସମ୍ପର୍କ ବିଭାଗ, ସମ୍ବଲପୁର ଶ୍ରୀମତୀ କଲ୍ୟାଣୀ ଦାଶ ଦିନିକିଆ ଗସ୍ତରେ ଆସି ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ।
କାର୍ଯ୍ୟାଳୟର ସମସ୍ତ ରେକର୍ଡ, ରେଜିଷ୍ଟର ନଥି ପତ୍ର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଫାଇଲଗୁଡିକୁ ନିରୀକ୍ଷଣ କରିଥିଲେ ।
ପରେ ପରେ ଜ଼ିଲ୍ଲା ପାଠାଗାର ବୁଲି ପାଠାଗାର କକ୍ଷ, ଚିଲଡ୍ରେନସ କର୍ଣ୍ଣର, ବରିଷ୍ଠ ନାଗରିକଙ୍କ ପଠନ କକ୍ଷରେ ପାଠକ, ପାଠିକା, ବରିଷ୍ଠ ନାଗରିକ ଙ୍କ ସହ ପାଠାଗାର ବିଷୟରେ ପଚାରି ବୁଝିଥିଲେ ।
ଏଥି ସହିତ ଜ଼ିଲ୍ଲା ପାଠାଗାରରେ ପାଠକ, ପାଠିକା ଅଧିକ ଆସି ଅଧ୍ୟୟନରେ ମନ ଦେଉଥିବାରୁ ଖୁସି ବ୍ୟକ୍ତ କରିଥିଲେ ।
ପାଠାଗାରରେ ଆବଶ୍ୟକ ପୁସ୍ତକ, ଆଲମିରା,ଖବରକାଗଜ ରଖିବା ପାଇଁ ଯାଗା କମ ଥିବାରୁ କାର୍ଯ୍ୟାଳୟର ଉପରେ ପ୍ରଥମ ମହଲା ତିଆରି ପାଇଁ ପୂର୍ତ୍ତ ବିଭାଗ ରୁ ନକସା ଏବଂ ଏଷ୍ଟି ମେଟ ପ୍ରସ୍ତୁତ କରି ଜ଼ିଲ୍ଲାପାଳଙ୍କ ସୁପାରିସକ୍ରମେ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ପଠାଇବା ପାଇଁ ନିର୍ଦେଶ ଦେଇଥିଲେ ।
ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ କର୍ମଚାରୀ କମ ଥିବାରୁ ଅତିଶୀଘ୍ର କର୍ମଚାରୀ ପୂରଣ ପାଇଁ ପଦକ୍ଷେପ ନିଆଯିବ ବୋଲି ମତବ୍ୟକ୍ତ କରିଥିଲେ ।
କର୍ମଚାରୀଙ୍କୁ ସମୟାନୁବର୍ତ୍ତିତକ୍ଷ, କର୍ମତତ୍ପର, ମିଷ୍ଟଭାଷୀ, ଗଣମାଧ୍ୟମ ପ୍ରତିନିଧି, ଜନସାଧାରଣ ଙ୍କ ସହ ସୁସମ୍ପର୍କ ସ୍ଥାପନ ଏବଂ ଲୋକଙ୍କ ପାଇଁ ଉତ୍ତମ ସେବା ଦେବା ପାଇଁ ନିର୍ଦେଶ ଦେଇଥିଲେ ।
ଏଥି ସହିତ ଜ଼ିଲ୍ଲା ପ୍ରଶାସନ ସହ ସୁସମନ୍ୱୟ ରଖି କାମ କରିବା ପାଇଁ ନିର୍ଦେଶ ଦେଇଥିଲେ ।
ଏହି ପରିଦର୍ଶନ ସମୟରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଗ୍ରନ୍ଥାଗାରିକ ଅକ୍ଷୟ କୁମାର ମହାକୁଡ଼, କନିଷ୍ଠ ରାଜସ୍ୱ ସହାୟକ ମଣ୍ଟୁ ପାଣ୍ଡେ, କର୍ମଚାରୀ ବୀରକିଶୋର କର୍ମୀ ଉପସ୍ଥିତ ଥିଲେ ।
ସନ୍ଧ୍ୟା ରେ ଶ୍ରୀମତୀ ଦାଶ ପୁରୁଣା ସୂଚନା କେନ୍ଦ୍ର ଓ ପାଠାଗାର ତଥା ସଂସ୍କୃତି ଭବନ ଏବଂ ଜ଼ିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରିଥିଲେ କ୍ଷ ଜ଼ିଲ୍ଲା ସଂଗ୍ରହାଳୟ ଦେଖି ଖୁସି ବ୍ୟକ୍ତ କରିଥିଲେ ।