ଉଚ୍ଚ ଶିକ୍ଷିତ ବୁଦ୍ଧିଜୀବୀ ମାନେ ବହୁସଂଖ୍ୟାରେ ରାଜନୀତିକୁ ଆସନ୍ତୁ

ବରଦା ଦାସଙ୍କ ରିପୋର୍ଟ
କଟକ, ୩୦/୩ : ଦିନଦୟାଲ ଉପାଧ୍ୟାୟ, ଅଟଳ ବାଜପେୟୀ, ବିଶ୍ଵନାଥ ଦାସ,ମଧୁସୂଦନ ଦାସ, ହରେକୃଷ୍ଣ ମହତାବ,ନନ୍ଦିନୀ ଶତପଥୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ସୌମ୍ୟ ପଟ୍ଟନାୟକ ଓ ଡାକ୍ତର ଦେବେନ୍ଦ୍ର ପ୍ରଧାନ ପରି ଉଚ୍ଚସିଖିତ ବୁଦ୍ଧିଜୀବିମାନେ ବହୁସଂଖ୍ୟାରେ ରାଜନୀତି ରେ ଯୋଗଦେଇ ରାଜ୍ୟ ଓ ଦେଶର ସମାଜ ର ବିକାଶ ପାଇଁ ଉନ୍ନତ ଚିନ୍ତାଧାରା ନେଇ କାର୍ଯ୍ୟ କରନ୍ତୁ ବୋଲି ମତ ପ୍ରକାଶ ପାଇଛି ।
ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଟ କଟକ ଶାଖା ଆନୁକୁଲ୍ୟରେ ଓଡ଼ିଶା ରାଜନୀତି ଓ ଡା ଦେବେନ୍ଦ୍ର ପ୍ରଧାନ ଶୀର୍ଷକ ଆଭକ୍ଷଶୀ ଆଲୋଚନାରେ ବୁଦ୍ଧିଜୀବୀ ମାନେ ଏ ବିଷୟ କହିଛନ୍ତି ।
ଡ ସନ୍ତୋଷ କୁମାର ମହାପାତ୍ର, ଅଖିଳ ଭାରତୀୟ ସାହିତ୍ୟ ପରିଷଦ ର ସାଧାରଣ ସମ୍ପାଦକ ବକ୍ତା ଭାବେ ଯୋଗଦେଇ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଓଡ଼ିଶା ରାଜନୀତି ରେ ଜଣେ ଅମକ୍ଷୟିକ ଓ ଅମଳିନ ବ୍ୟକ୍ତି ଥିଲେ ବୋଲି କହିଥିଲେ ।
ତାଙ୍କ ଆଦର୍ଶ ରେ ଆଜି ଅନୁପ୍ରାଣିତ ହୋଇ କାର୍ୟ୍ୟ କରିବାକୁ ସେ ଆହ୍ବାନ ଦେଇଥିଲେ କ୍ଷ ସର୍ବ ଶ୍ରୀ ନାରାୟଣ ନାୟକ, ଡ ସଞ୍ଜୟ ସାମନ୍ତରାୟ,ନିରଞ୍ଜନ ପଣ୍ଡା, ନମିତା ମଞ୍ଜରୀ ସାହୁ,ସୁବାସ ସାହୁ ଓ ନିତାଇ ନନ୍ଦ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ ।
ବରଦା ଦାସ ସଭା ସଂଯୋଜନା କରି କହିଲେ ଯେ ଆଜି ବିଧାନ ସଭା,ସାଂସଦ, ପଞ୍ଚୟତ ସମିତି , ନଗରପାଳିକା ଆଦି ପରିଷଦ ବୈଠକ ରେ ଯେପରି ହଂଗାମା,ହଟ୍ଟଗୋଳ,ମୁଲତବୀ ଓ ବିଶୃଙ୍ଖଳା ସୃଷ୍ଟି ହେଉଛି ଆଜି ତାହା ଚିନ୍ତା ଜନକ ହୋଇପଡିଛି ।
ଏ ଦିଗରେ ଜନ ସାଧାରଣ ବୁଦ୍ଧିଜୀବୀ ମାନେ ନୀରବ ନରହି କାର୍ଯ୍ୟ କରିବାକୁ କହିଥିଲେ କ୍ଷ ସଭା ର ବୈଷୟିକ ପରିଚାଳନା କରିଥିଲେ ବିଭୁ ଦତ୍ତ ମହାନ୍ତି । ଆଗ୍ରହୀ ବ୍ୟକ୍ତି ୟୁଟ୍ୟୁବରେ ଆଲୋଚନା ଶୁଣି ପାରିବେ ।