Odisha News

ଇଡିରେ ହାଜର ହେଲେ ଜଣାଶୁଣା ଚଳଚ୍ଚିତ୍ର ପ୍ରଯୋଜକ ତଥା ବିଲଡର ପ୍ରମୋଦ ସ୍ୱାଇଁ

ଭୁବନେଶ୍ବର,୨୯/୧୧: ଇଡିରେ ହାଜର ହେଲେ ଜଣାଶୁଣା ଚଳଚ୍ଚିତ୍ର ପ୍ରଯୋଜକ ତଥା ବିଲଡର ପ୍ରମୋଦ ସ୍ୱାଇଁ। ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକ୍ମେଲ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଥିବା ସୂଚନା ମିଳିଛି। ପ୍ରମୋଦ ସ୍ୱାଇଁ ‘ତୁ ମୋ ଆଖିର ତାରା’ ଭଳି ଓଡ଼ିଆ ସିନେମାର ପ୍ରଯୋଜନା କରିଥିଲେ।
ସୂଚନାଯୋଗ୍ୟ, ୨୦୧୬ ମସିହାରେ ପ୍ରମୋଦଙ୍କ ଘରେ ରହୁଥିଲେ ଅର୍ଚ୍ଚନା। ଠିକ୍ ସେହିପରି ୨୦୧୮ରେ ପ୍ରମୋଦଙ୍କ ଘରେ ଶ୍ରଦ୍ଧାଞ୍ଜଳି ଭଡାରେ ରହୁଥିଲା।ପ୍ରମୋଦ ସ୍ବାଇଁଙ୍କ ଆକାଉଣ୍ଟରୁ ଅର୍ଥନୈତିକ କାରବାର ହୋଇଥିବା ସୁରାକ ପାଇଛି ଇଡି।କ’ଣ ପାଇଁ ଆର୍ଥିକ କାରବାର ହୋଇଥିଲା, ଇଡି ତାର ଖିଅ ଖୋଜୁଛି। ଇଡିରେ ହାଜର ହେବା ଆଗରୁ ପ୍ରମୋଦ ସ୍ୱାଇଁଙ୍କୁ ଅର୍ଚ୍ଚନା ନାଗ ବ୍ଲାକମେଲ୍ କରିଥିଲେ। ଏନେଇ ଇଡିକୁ ସମସ୍ତ ତଥ୍ୟ ଦେବେ। ଇଡିରୁ ବାହାରିବା ପରେ ସେ ସବୁ କଥା ମିଡିଆକୁ କହିବେ ବୋଲି ସେ କହିଛନ୍ତି। ଆଗରୁ ଅନ୍ୟଜଣେ ବିଶିଷ୍ଟ ପ୍ରଯୋଜକ ଅକ୍ଷୟ କୁମାର ପରିଜାଙ୍କୁ ଇଡି ଦୁଇ ଦିନ ପଚରାଉଚରା କରିଥିଲା।
ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକ୍ମେଲ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ତଦନ୍ତ ଯେତେ ଆଗକୁ ବଢ଼ୁଛି ଦିନକୁ ଦିନ ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଆଉ ସନ୍ଦେହ ଘେରରେ ଥିବା ଜଣଙ୍କ ପରେ ଜଣଙ୍କୁ ବାରମ୍ବାର ଡାକି ଜେରା କରାଯାଉଛି। କିଛିଦିନ ତଳେ ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନକୁ ଇଡି ଜେରା କରିଥିଲା। ଗତକାଲି ପୁଣି ଚନ୍ଦନଙ୍କୁ ଇଡି ଜେରା କରିଛି। ତେବେ ଏହି ମାମଲାରେ ମଙ୍ଗଳବାର କିଛି ବଡ଼ବଡ଼ିଆଙ୍କ ପାଳି ପଡ଼ିବା ନେଇ ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚାରେ ସତ୍ୟତା ଥିଲେ, ହଜିଯାଇଥିବା ୧୧ ବଡ଼ବଡ଼ିଆ ପୁଣି ମିଳିଯିବେ ଏବଂ ରାଜ୍ୟରେ ଏକ ହଟଚମଟ ସୃଷ୍ଟି ହେବ ବୋଲି କୁହାଯାଉଛି। ସେହିଭଳି ଶ୍ରଦ୍ଧାଞ୍ଜଳି ବ୍ୟାଙ୍କ ଆକଉଣ୍ଟରେ ଇଡି ଠାବ କରିଥିବା ୧୦ ଲକ୍ଷ ଟଙ୍କା ବାବଦରେ ଖୋଳତାଡ୍ ଜୋର୍ ହୋଇଛି।

Related Posts

Seo wordpress plugin by www.seowizard.org.