Odisha News

ଇଚ୍ଛାପୁରରେ ଅଗ୍ନିକାଣ୍ଡ ଘଟି ଜଳିଗଲା ୬ ବଖରା ଘର

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୯/୨ : ବୌଦ୍ଧ ବ୍ଲକ ଟିକରପଡା ପଂଚାୟତ ଇଚ୍ଛାପୁର ଗ୍ରାମରେ ସକାଳ ୧୦ ଟାରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୬ ବଖରା ଘର ପୋଡି ପାଉଁଶ ହୋଇଯାଇଛି ।
ଅଗ୍ନିକାଣ୍ଡ କାରଣ ଜଣାପଡି ନଥିବା ବେଳେ କୌଣସି କାରଣ ବଶତଃ ଇଚ୍ଛାପୁର ଗ୍ରାମର ସୁରେନ୍ଦ୍ର ଦୀପଙ୍କ ୨ ବଖରା, ପାଞ୍ଚାଳୀ ବେହେରାଙ୍କ ୨ ବଖରା ଓ ସାଇନ୍ତି ଦୀପଙ୍କ ୨ ବଖରା ଘର ପୋଡି ପାଉଁଶ ହୋଇଯାଇଛି ।
ନିଆଟି ଏତେ ପ୍ରଖର ଥିଲାଯେ ଉକ୍ତ ତିନି ପରିବାରର ସମସ୍ତ ଗୃହ ପୋଡି ପାଉଁଶ ହୋଇଯାଇଥିଲା । ଖବରପାଇ ବୌଦ୍ଧ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆକୁ ଆୟତ୍ତ କରିଥିଲେ ।
ଏଥିରେ ଉଭୟ ପରିବାରର ସମସ୍ତ ଆସବାବପତ୍ର, ଧାନ, ଚାଉଳ, ଲଗାପଟା, ସହ ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି ।
ଏହି ଖବର ପାଇଲା ପରେ ବୌଦ୍ଧ ଅତିରିକ୍ତ ତହସିଲଦାର ଏମ ଡି ରସୁଲ, ବଘିଆପଡ଼ା ରାଜସ୍ବ ନିରୀକ୍ଷକ ଯଜ୍ଞାସ୍ଵାର ମଲ୍ଲିକ, ରାଜସ୍ୱ ସୁପରଭାଇଜର ହମିତ ମଲ୍ଲିକ ପହଂଚି ଉଭୟ ପରିବାରକୁ ଜରିପାଳ ପ୍ରଦାନ କରିଥିବା ବେଳେ କ୍ଷୟକ୍ଷେତି ଆକଳନ କରିଥିବା ଜଣାପଡିଛି ।
ଉଭୟ ତିନି ପରିବାର ଗରିବ ହୋଇଥିବାରୁ ତାଙ୍କୁ ତୁରନ୍ତ ଇନ୍ଦିରାଆବାସ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

Related Posts