Odisha News

‘ଆୟୁଷ୍ମାନ ଭାରତ ଯୋଜନା’ ସମେତ ୧୦ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍‌ରେ ମଞ୍ଜୁରୀ

ଭୁବନେଶ୍ୱର,୨୧/୩: ରାଜ୍ୟ କ୍ୟାବିନେଟରେ ୭ ବିଭାଗର ୧୦ ପ୍ରସ୍ତାବ ଉପରେ ମୋହା ବାଜିଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହରେ ସୂଚନା ଦେଇଛନ୍ତି। ଆୟୁଷ୍ମାନ ଭାରତ ଯୋଜନାକୁ କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିଛି। ଏଥିରେ ରାଜ୍ୟରେ ୩ କୋଟି ୪୬ ଲକ୍ଷ ଲୋକ ଉପକୃତ ହେବେ। ୭୦ ବର୍ଷରୁ ଊର୍ଦ୍ଧ୍ୱଙ୍କ ଲାଗି ଲାଗି ’ଆୟୁଷ୍ମାନ ବାୟୋ ବନ୍ଧନ’କୁ ମଧ୍ୟ ମଞ୍ଜୁରୀ ମିଳିଛି। ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ମିଳିତ ଭାବେ କାର‌୍ୟ୍ୟକାରୀ ହେବ । ଦେଶର ୨୯ ହଜାର ମେଡିକାଲରେ ମିଳିବ ସୁବିଧା । ପୂର୍ବରୁ କେବଳ ୯୦୦ ହସ୍ପିଟାଲରେ ମିଳୁଥିଲା ସୁବିଧା । ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନାରେ ବୟସ୍କଙ୍କୁ ଚିକିତ୍ସା ସୁବିଧା ମିଳିବ । ୭୦ ବର୍ଷ ବା ତା’ଠୁ ଅଧିକ ବୟସର ବ୍ୟକ୍ତିଙ୍କୁ ଚିକିତ୍ସା ମିଳିବ ।
ଏପ୍ରିଲ ପହିଲାରୁ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁହେବ । ପ୍ରଧାନମନ୍ତ୍ରୀ-ଗୋପବନ୍ଧୁ ଜନ ଆରୋଗ୍ୟ ସଂଯୁକ୍ତ ଯୋଜନାର ଶୁଭାରମ୍ଭ ହେବ । ଯୋଜନାରେ ଉପକୃତ ହେବେ ରାଜ୍ୟର ୧ କୋଟି ୦୩ ଲକ୍ଷରୁ ଅଧିକ ପରିବାର । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ୬୭ ଲକ୍ଷ ୮୦ ହଜାର ପରିବାର ଉପକୃତ ହେବେ । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୩୫ ଲକ୍ଷ ୮୪ ହଜାରରୁ ଅଧିକ ପରିବାର ଉପକୃତ ହେବେ । ବ୍ୟକ୍ତିଗତ ଭାବେ ୩.୪୬ କୋଟିରୁ ଅଧିକ ଲୋକ ଲାଭ ପାଇବେ । ଦୁଇଟି ଯୋଜନା ଓଡ଼ିଶାରେ ସଂଯୁକ୍ତ ଭାବରେ କାର‌୍ୟ୍ୟକାରୀ କରାଯିବ । ଦୁଇଟି ଯୋଜନା ପାଇଁ ପ୍ରତ୍ୟେକ ହିତାଧିକାରୀଙ୍କୁ ଗୋଟିଏ କାର୍ଡ ଯୋଗାଇ ଦିଆଯିବ । ବାୟୋ ବନ୍ଧନ ଯୋଜନାରେ ହିତାଧିକାରୀଙ୍କୁ ଅଲଗା ଏକ ସ୍ୱତନ୍ତ୍ର କାର୍ଡ ଦିଆଯିବ । ଏହା ସହ ରାଜ୍ୟ ସଡ଼କ ନୀତିକୁ କ୍ୟାବିନେଟରେ ଅନୁମୋଦନ ମିଳିଛି।
ସେହିପରି ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ଚାକିରି ନେଇ ନିୟମ ସଂଶୋଧିତ ହୋଇଛି।

Related Posts