Odisha News

ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ବିତରଣ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୧/୩ : ଅଦ୍ୟ ତା ୨୦.୦୩.୨୦୨୫ ରିଖ ଅପରାହ୍ନ ୪ ଘଟିକା ସମୟରେ ଜିଲାପାଳ ଶ୍ରୀଯୁକ୍ତ ସୁବତ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ବିତରଣ ନିମନ୍ତେ ପ୍ରସ୍ତୁତି ବୈଠକ ଜିଲାସ୍ତରୀୟ ଷ୍ଟିୟରିଙ୍ଗ କମିଟି ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମଦନମୋହନ ପ୍ରଧାନ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଉଦ୍ଦେଶ୍ୟ ଜ୍ଞାପନ ଓ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।
ଏ.ଡି.ପି.ଏଚ.ଓ (ଏଫଡବ୍ଲୁ) ଡା. କିଶୋର ଚନ୍ଦ୍ର ପଟ୍ଟନାୟକ କାର୍ଯ୍ୟକ୍ରମ ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ।
ବୈଠକରେ ବ୍ଳକସ୍ତରୀୟ କାର୍ଯ୍ୟସୂଚୀ ପ୍ରସ୍ତୁତି ପାଇଁ ବ୍ଲକସ୍ତରୀୟ କମିଟି ଗଠନ କରାଯାଇଥିଲା ।
ବ୍ଲକ ସ୍ତରୀୟ କମିଟିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଧ୍ୟକ୍ଷ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀମାନେ ଆବାହକ ଭାବରେ ଦାୟିତ୍ୱ ନିର୍ବାହ କରିବେ ।
କାର୍ଯ୍ୟକ୍ରମରେ ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ସାମିଲ କରିବା,ବ୍ଲକସ୍ତରରେ କମିଟି ବୈଠକ କରି ଅତିଶୀଘ୍ର କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅପ୍ରେଲ ୧ ତାରିଖରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ୧୨ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅନୁଷ୍ଠିତ ହେବ ।
ପ୍ରତି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ୧ ହଜାର ହିତାଧିକାରୀଙ୍କ ପାଇଁ ସମସ୍ତ ପ୍ରକାର ର ବ୍ୟବସ୍ଥା କରାଯାଇଛି । ଜିଲାସ୍ତରୀୟ ସ୍ୱତନ୍ତ୍ର ତଦାରଖ କମିଟି ଗଠନ କରାଯାଇ ସିନିୟର ଅଫିସର ମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।
ଜିଲାପରିଷଦର କାର‌୍ୟ୍ୟନିର୍ବାହୀ ଅଧିକାରୀ କଣ୍ଟାମାଳ,ଉପ-ଜିଲାପାଳ ହରଭଙ୍ଗା ଏବଂ ସହକାରୀ ନିର୍ବାହୀ ଅଧିକାରୀ,ଜିଲାପରିଷଦ ବୌଦ୍ଧ ବ୍ଲକ ଏବଂ ଏନ.ଏସି.ବୌଦ୍ଧଗଡ଼ ର କାର୍ଯ୍ୟକ୍ରମ ତଦାରଖ କରିବେ ।
ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ନୋଡାଲ ଅଧିକାରୀ ଭାବରେ ଜିଲାରେ ଏବଂ ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ନୋଡାଲ ଅଧିକାରୀ ଭାବରେ ଏବଂ ତହସିଲଦାର ମାନେ କାର୍ଯ୍ୟକ୍ରମରେ ସହଯୋଗ କରିବେ ।
ବୈଠକ ଶେଷରେ ଡି.ଏମ.ଓ.ମେଡିକାଲ ଡା.ସଂଘମିତ୍ରା ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିବାବେଳେ ସମସ୍ତ ବିଭାଗ ର ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମ ଜରିଆରେ ୨ ଲକ୍ଷ ୩ ହଜାର ୫୫୫ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବାର ଲକ୍ଷ ରଖାଯାଇଥିବା ଜଣାଯାଇଛି ।
କମନ ସର୍ଭିସ ସେଣ୍ଟର ଗୁଡିକ କାର୍ଡ ପଞ୍ଜିକରଣ ଓ ବିତରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Related Posts