Odisha News

ଆୟୁଷ୍ମାନରେ ମିଶିବ କି ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ? ପ୍ରକ୍ରିୟା ଆରମ୍ଭ, ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ- ସରକାର କରିବେ ତର୍ଜମା

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର,୬/୮: ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଦ୍ୱନ୍ଦ୍ବ ଭିତରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ସୂଚନା ଦେଇଛନ୍ତି । ଏନେଇ ସରକାର ଅନୁଧ୍ୟାନ କରିବେ ବୋଲି କହିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ସହ ସ୍ୱାସ୍ଥ୍ୟ ବିଭାଗର ଆଲୋଚନା ହୋଇଛି । ଯଦି କିଛି ସମସ୍ୟା ହେବ ତାହାକୁ ସମାଧାନ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
୨୦୧୮ ମସିହାରେ ସାମ୍ବାଦିକଙ୍କ ପାଇଁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆରମ୍ଭ ହୋଇଥିଲା । ପୂର୍ବରୁ ଦୁଇ ଲକ୍ଷର ବୀମା ରହିଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ପାଞ୍ଚ ଲକ୍ଷ କରାଯାଇଥିଲା । ବର୍ତ୍ତମାନ ସରକାର ଏହି ଯୋଜନାର ରୂପରେଖ ବଦଳାଇବା ନେଇ ଚର୍ଚ୍ଚା ହୋଇଥିବା ବେଳେ ଏହାକୁ ନେଇ ସାମ୍ବିଦକ ମହଲରେ ଅସନ୍ତୋଷ ଦେଖାଦେଇଛି ।

Related Posts