ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍

ଖୋର୍ଦ୍ଧା, ୨୯ /୯ : ଆୟକର ଅଧିକାରୀଙ୍କ ବାସଭବନରେ ସିବିଆଇ ରେଡ୍। ଆୟକର ଅଧିକାରୀ ହେଉଛନ୍ତି ସୁମନ ସୁନ୍ଦର ସାହୁ। ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ସୁନା ଓ ଟଙ୍କା ନେଉଥିବା ବେଳେ ସିବିଆଇ ତାଙ୍କୁ ମାଡି ବସିଛନ୍ତି।
ସୁମନ ୫ ଲକ୍ଷ ଟଙ୍କା ଓ ସୁନାଚେନ୍ ଲାଞ୍ଚ ନେଉଥିବା ଜଣା ପଡିଛି। ଆହୁରି କାର୍ଯ୍ୟାନୁଷ୍ଠାନ ସ୍ଵରୂପ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇର ରେଡ୍ କରିବା ସହ ପଚରାଉଚରା କରୁଛି।