Odisha News

ଆହୁରି ୩ ଦିନ ବର୍ଷା

ଭୁବନେଶ୍ୱର,୨୨/୭ : ରାଜ୍ୟରେ ଆହୁରି ୩ଦିନ ପ୍ରବଳ ବର୍ଷିବ । ୩ଦିନ ପାଇଁ ରାଜ୍ୟରେ ଅନେକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି ।
୨୫ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ବେଳେ ୨୬ ତାରିଖରୁ ପରବର୍ତୀ ସପ୍ତାହେ ଯାଏ ବିଶେଷ ବର୍ଷାର ସମ୍ଭାବନା ନାହିଁ। ରାଜ୍ୟରେ ସେହି ସମୟରେ ମୌସୁମୀ ଆପାତତଃ ନିଷ୍କ୍ରିୟ ରହିବ। କାଁ ଭାଁ ବର୍ଷା ହେବ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରହିଛି। ଝାଡ଼ଖଣ୍ଡ ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ରହିଥିବା ଘୂର୍ଣ୍ଣିବଳୟ ଏବେ ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ରହିଛି। ଏହା ପ୍ରଭାବରେ ଆଜି ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର ଓ ବରଗଡ଼ ଆଦି ଜିଲ୍ଲାର ଅନେକାଂଶରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଣୁ ଏସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। ସେହିଭଳି କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ନୂଆପଡ଼ା, ଖୋର୍ଧା, ପୁରୀ, କଟକ, ନୟାଗଡ଼, ଅନୁଗୁଳ, ସୋନପୁର, ସମ୍ବଲପୁର ଓ ଜଗତସିଂହପୁର ଜିଲ୍ଲାରେ ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି।

Related Posts

Seo wordpress plugin by www.seowizard.org.