Top Stories

ଆସିଲା ଅଭିନେତା ରାଇମୋହନ ପରିଡାଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର ୨୮/୬: ଆସିଲା ଅଭିନେତା ରାଇମୋହନ ପରିଡାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଶ୍ବାସରୁଦ୍ଧ କାରଣରୁ ରାଇମୋହନଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି ।
ଗଳାରେ ରଶି ଲଗାଇବା କାରଣରୁ ଶ୍ବାସରୁଦ୍ଧା ହୋଇଥିବା ଜଣାପଡିଛି । ଏନେଇ ପୋଷ୍ଟମର୍ଟମ ରିପୋର୍ଟ କମିଶନରେଟ ପୋଲିସର ହସ୍ତଗତ ହୋଇଛି । ପୋଷ୍ଟମର୍ଟମ ସମ୍ପର୍କରେ କ୍ୟାପିଟାଲ ହସ୍ପିଟିଲା ପକ୍ଷରୁ ସୂଚନା ମିଳିଛି ।
ଖବର ଅନୁଯାୟୀ, ଗତ ଶୁକ୍ରବାର ଦିନ ଅଭିନେତା ରାଇମୋହନ ନିଜ ଘରେ ଆତ୍ମହତ୍ୟା କରିଥିଲେ । ଏହାପରଠୁ ରାଇମୋହନ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ , ସେନେଇ ଖୋଲତାଡ଼ ଆରମ୍ଭ କରିଥିଲା କମିଶନରେଟ୍ ପୋଲିସ ।
ଏପିରିକି ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରିଥିଲା ପୋଲିସ । ଆଉ ଏବେ ପୋଷ୍ଟମର୍ଟମ ରିପୋର୍ଟ ଆସିଛି ।
ଏଥିରେ ରାଇମୋହନ ଆତ୍ମହତ୍ୟାଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ସୂଚନା ରହିଛି । ଗଳାରେ ରଶି ଲଗାଇବା କାରଣରୁ ଶ୍ବାସରୁଦ୍ଧା ହୋଇଥିବା ଜଣାପଡିଛି ।

Related Posts

Seo wordpress plugin by www.seowizard.org.