Odisha News

ଆସନ୍ତା ୧୪ ତାରିଖରୁ ଘରୋଇ ପ୍ଲେ’ ସ୍କୁଲ ଓ କେଜି ଶ୍ରେଣୀ ଖୋଲିବାକୁ ଅନୁମତି ଦେଲେ ରାଜ୍ୟସରକାର

ଭୁବନେଶ୍ୱର, ୮/୨: ସ୍କୁଲ ଓ କଲେଜ ଖୋଲିବା ପରେ ଘରୋଇ ପ୍ଲେ’ ସ୍କୁଲ ଓ କେଜି ଶ୍ରେଣୀ ଖୋଲିବାକୁ ଆଜି ଅନୁମତି ଦେଇଛନ୍ତି ରାଜ୍ୟସରକାର। ଆସନ୍ତା ୧୪ ତାରିଖରୁ ଖୋଲିବ ପ୍ଲେ’ ସ୍କୁଲ। କୋଭିଡ୍ ଗାଇଡ୍ଲାଇନ୍ରେ ପ୍ଲେ ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର।
ସେପଟେ ସୋମବାରଠାରୁ ଅଷ୍ଟମରୁ କଲେଜ ପର୍ଯ୍ୟନ୍ତ ଖୋଲିଛି। ଛାତ୍ରଛାତ୍ରୀମାନେ କୋଭିଡ୍ ଗାଇଡ୍ଲାଇନ୍ରେ ସ୍କୁଲ ଓ କଲଜେ ଆସୁଥିବା ଦେଖିବାକୁ ମିଳିଛି। ଦୀର୍ଘ ଦିନ ପରେ ସ୍କୁଲ ଓ କଲେଜ ଖୋଲିଥିବାରୁ ଛାତ୍ରଛାତ୍ରୀମାନେ ବେଶ୍ ଖୁସି ଥିବା ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ ଆସନ୍ତା ୧୪ ତାରିଖରୁ ଖୋଲିବ କେଜିରୁ ସପ୍ତମ ପର୍ଯ୍ୟନ୍ତ। ସେଥିପାଇଁ ସ୍କୁଲ ଗୋଡ଼ିକୁ ସାନିଟାଇଜ୍ କରାଯାଉଛି। ସ୍କୁଲ ଖୋଲିଲେ କ୍ଲାସ୍ କେମିତି ହେବ? ତାହା ଉପରେ ଅଭିଭାବକଙ୍କ ସହିତ ଶିକ୍ଷକମାନେ ଆଲୋଚନା କରିଛନ୍ତି।
ତେବେ କୌଣସି ପିଲାଙ୍କୁ ସ୍କୁଲ ଆସିବା ପାଇଁ ବାଧ୍ୟ କରାଯିବ ନାହିଁ। ସ୍କୁଲ ଆସିବା ନିଷ୍ପତ୍ତି ଅଭିଭାବକଙ୍କ ଉପରେ ଛାଡ଼ି ଦିଆଯାଇଛି। ପିଲାମାନେ ସ୍କୁଲ ନଆସିଲେ, ପୂର୍ବ ପରି ଅନଲାଇନ ପଢ଼ିପାରିବେ।

Related Posts

Seo wordpress plugin by www.seowizard.org.