Odisha News

ଆସନ୍ତାକାଲି ଓଡ଼ିଶା ବନ୍ଦ, ନବ ନିର୍ମାଣ କୃଷକ ସଂଗଠନକୁ ସମର୍ଥନ କଲା କଂଗ୍ରେସ

ଭୁବନେଶ୍ୱର,୨୭/୧: ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ନବନିର୍ମାଣ କୃଷି ସଂଘ ଦ୍ୱାରା ଏହି ଡାକରା ଦିଆଯାଇଛି। ନବନିର୍ମାଣ କୃଷକ ସଂଗଠନ ଓଡ଼ିଶା ବନ୍ଦ ପାଇଁ ଆହ୍ବାନ ଦେଇଛନ୍ତି। ଏହା ଅଧୀନରେ, ସ୍କୁଲ, ଅଫିସ ଓ ବିଭିନ୍ନ ବ୍ୟବସାୟ ସମେତ ଅନେକ ଜିନିଷ ସିଧାସଳଖ ପ୍ରଭାବିତ ହେବାର ସମ୍ଭାବନା ଅଛି।
ସେପଟେ, ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିଛି। ସମର୍ଥନ ନେଇ ପିସିସି ସଭାପତି ଭକ୍ତ ଦାସଙ୍କ ସୂଚନା ଦେଇଛନ୍ତି। ବନ୍ଦ ପାଳନକୁ ସମର୍ଥନ ଜଣାଇବାକୁ ସବୁ ଜିଲା କଂଗ୍ରେସ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ବିଜେଡି ମଧ୍ୟ ସମର୍ଥନ ଜଣାଇ ବନ୍ଦ ଡାକରା ପାଇଁ ସାଧୁବାଦ ଜଣାଇଛି। ବନ୍ଦ ଡାକରାକୁ ନେଇ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଭଲ ପଦକ୍ଷେପ, ସାଧୁବାଦ ଜଣାଉଛୁ । ଚାଷୀ ସମସ୍ୟା, ଚଟଉଉ, ସ୍ମାର୍ଟ ସିଟି ପ୍ରସଙ୍ଗରେ ଆମର ୨ରୁ ଆନ୍ଦୋଳନ। ‘ନବ ନିର୍ମାଣ କୃଷକ ସଂଗଠନକୁ ଅଲ ଦି ବେଷ୍ଟ, ସେ ତାଙ୍କ କାର୍ଯ୍ୟକ୍ରମ ଆଗାନ୍ତୁ।

Related Posts