Odisha News

ଆଶ୍ୱସ୍ତି:ଶସ୍ତା ହେଲା ଏଲ୍‌ପିଜି ଗ୍ୟାସ୍ ଦର

ଭୁବନେଶ୍ୱର,୧/୬: ଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡର ଦାମ୍ । ପେଟ୍ରୋଲ ଓ ଡିଜେଲ ପରେ ଏବେ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ଶସ୍ତା ସାଧାରଣଜଦତାଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ଆଣିଦେଇଛି । ଆଜି ତୈଳ କମ୍ପାନୀ ଗୁଡ଼ିକ କମର୍ସିଆଲ୍ ଏଲ୍‌ପିଜି ସିଲିଣ୍ଡର ଦାମ୍ କମ୍ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ୧୯ କିଲୋ ଏଲ୍ପିଜି ସିଲିଣ୍ଡର ଦାମ୍ ୧୩୫ ଟଙ୍କା ଶସ୍ତା ହୋଇଛି। ଆଜିଠୁ ନୂଆ ଦର ଲାଗୁ ହୋଇଛି।
ଦାମ୍ କମ୍ ପରେ କମର୍ସିଆଲ୍ ଏଲ୍‌ପିଜି ସିଲିଣ୍ଡର ଦାମ୍ ଅନେକ ସହରରେ ଶସ୍ତା ହୋଇଛି। ଦିଲ୍ଲୀରେ ଏଲ୍ପିଜି ସିଲିଣ୍ଡର ଦାମ୍ ୨,୨୧୯ ଟଙ୍କା ଥିବାବେଳେ କୋଲକାତାରେ ୨,୩୨୨ ଟଙ୍କା, ମୁମ୍ବାଇରେ ୨,୧୭୧ ଟଙ୍କା ଓ ଚେନ୍ନାଇରେ ୨,୩୭୩ ଟଙ୍କାରେ ପହଞ୍ଚିଛି। ତେବେ ୧୪.୨ କିଲୋ ଏଲ୍‌ପିଜି ସିଲିଣ୍ଡର ଦାମ୍ରେ କୌଣସି ପରିବର୍ତ୍ତନ ହୋଇ ନାହିଁ।

Related Posts

Seo wordpress plugin by www.seowizard.org.