Odisha News

ଆରମ୍ଭ ହେଲା ଆଦିବାସୀ ମେଳା; ପଡ଼ିଛି ୧୦୯ ଷ୍ଟଲ୍

ଭୁବନେଶ୍ୱର,୨୭/୧: ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆଦିବାସୀ ମେଳା ୨୦୨୪ ଭୁବନେଶ୍ୱର ଆଦିବାସୀ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନସ ମାଧ୍ୟମରେ ଉଦଘାଟନ କରିଥିଲେ।
ଏଥିରେ ଜନଜାତିଙ୍କଦ୍ୱାରା ପ୍ରସ୍ତୁତ ଓ ସଂଗୃହୀତ କଳା ସାମଗ୍ରୀ, ଲଘୁ ବନଜାତ ଦ୍ରବ୍ୟ, କୃଷିଜାତ ଦ୍ରବ୍ୟ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ପ୍ରଦର୍ଶନୀ ସହ ବିକ୍ରୟ କରାଯିବ ।
ଏହି ମେଳା ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ପ୍ରତ୍ୟହ ଅପରାହ୍ଣ ସାଢେ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରଦର୍ଶନୀ ଖୋଲା ରହିବ । ମେଳାରେ ୧୦୯ ଷ୍ଟଲ ଲାଗିଥିବା ବେଳେ ମେଳାରେ ମୁଖ୍ୟ ଆକର୍ଷଣ ସାଜିଛି ୧୦ ଜନଜାତିଙ୍କ ଘର।

Related Posts

Seo wordpress plugin by www.seowizard.org.