Odisha News

ଆରଟିଆଇ, ଲୋକପାଳ ଓ ଆମ୍ବରୁଡ୍ସମ୍ୟାନ ସାମ୍ବିଧାନିକ ପ୍ରଗତିର ନମୁନା

ବରଦା ଦାସଙ୍କ ରିପୋର୍ଟ
କଟକ, ୭/୧୨: କ୍ଷୁଦ୍ର ବେପାରୀ ମାନଙ୍କୁ ଉତ୍ସାହିତ କରାଯିବା ଆଜିର ଆବଶ୍ୟକତା ଅଟେ। ଆରଟିଆଇ, ଲୋକପାଳ, ଆମ୍ବରୁଡ୍ସମ୍ୟାନ ଆଦି ବ୍ୟବସ୍ଥା ସାମ୍ବିଧାନିକ ପ୍ରଗତିର ନମୁନା। ଆର୍ଟିଫିସିଆଲ ଇଣ୍ଟେଲିଜେଣ୍ଟ, ଜମାଟୋ, ସୁଇଗି, ଆଦି ସହରରେ ବ୍ୟବସାୟିକ ବୃଦ୍ଧି ପାଇବାରେ ଲାଗିଛି ବୋଲି ପୂର୍ବତନ ଓପି୍ଏସସି ଅଧ୍ୟକ୍ଷ ଶ୍ରୀ ବିବେକ ପଟ୍ଟନାୟକ ଥୀଙ୍କର୍ଷ କ୍ଲବ ର ୧୪୦ ତମ ଆଭାସୀ ଦ୍ବିମାସିକ ସମ୍ବିଧାନ ସଚେତନତା ଦ୍ଵିତୀୟ ଆଲୋଚନାରେ ସଭାପତିତ୍ୱ କରି ମତ ପ୍ରକାଶ କରିଛନ୍ତି।
ଭାରତୀୟ ସମ୍ବିଧାନରେ ଅନୁଷ୍ଠାନ ଓ ଏହାର କାର୍ଯ୍ୟାବଳୀ — ଏକ ଅନୁଶୀଳନ ବିଷୟରେ ପ୍ରଫେସର ମାନସ ବେହେରା, ଡ଼ ସନ୍ତୋଷ କୁମାର ମହାପାତ୍ର, ଡ଼ ନନ୍ଦ ନନ୍ଦନ ଦାସ, ଉମାଶଙ୍କର ମିଶ୍ର ଆଲୋଚନା କରିଥିଲେ। ଥୀଙ୍କର୍ଷ କ୍ଲବ ସଭାପତି ବରଦା ଦାସ ସଭା ସଂଯୋଜନା କରି କହିଲେ ଯେ ସମ୍ବିଧାନ ରେ ଜାତିଗତ
ସରଂକ୍ଷଣ ୧୦ ବର୍ଷ ପାଇଁ କରାଯାଇଥିଲା। ମାତ୍ର ଆଜି ଯାଏଁ ଚାଲିଛି। ସେହିପରି ପରେ ଧର୍ମନିରପେକ୍ଷତ।କୁ ରାଜନୀତି ବ୍ୟକ୍ତି ମାନେ ସମ୍ବିଧାନରେ ସ୍ଥାନ ଦେଇଥିଲେ।
ଏ ବିଷୟରେ ଅଧିକ ପ୍ରସଙ୍ଗ ଭିତ୍ତିକ ଆଲୋଚନା ବିଶେଷାଜ୍ଞ ମାନଙ୍କ ଦ୍ୱାରା କରାଯିବା ଦରକାର।
ପରବର୍ତୀ ଆଲୋଚନା ଆସନ୍ତା ରବିବାର ସଂଗଠିତ ହେବ.। ଆଗ୍ରହୀ ଯୁବଛାତ୍ର ଓ ବ୍ୟକ୍ତି ମାନେ ବହୁସଂଖ୍ୟାରେ ଯୋଗ ଦେଇ ପାରିବେ.।

Related Posts