Bollywood

‘ଆରଆରଆର’ ଓ ‘କେଜିଏଫ-୨’କୁ ପଛରେ ପକାଇଲା ‘ପିଏସ-୧’

ନୂଆଦିଲ୍ଲୀ,୩/୧୦: ଭାରତର ଆଇକନିକ ନିର୍ଦ୍ଦେଶକ ଭାବେ ପରିଚିତ ମଣି ରତ୍ନମ ଅନେକ ବର୍ଷର ପରିଶ୍ରମ ପରେ ତାମିଲ ଉପନ୍ୟାସ ‘ପୋନ୍ନିୟନ ସେଲଭନ’କୁ ଏକ ଜୀବନ୍ତ ଫିଲ୍ମ ଭାବେ ନିର୍ମାଣ କରି ପରଦାକୁ ଆଣିଛନ୍ତି।
ଫିଲ୍ମରେ ଦମଦାର ଷ୍ଟାରକାଷ୍ଟ ରହିଛନ୍ତି, ଯେଉଁଥିରେ ଚିୟାନ ବିକ୍ରମ, ଐଶ୍ଵର୍ଯ୍ୟା ରାୟ ବଚ୍ଚନ, କାର୍ଥୀ, ଜୟମ ରବି, ତ୍ରିଶାଙ୍କ ପରି ବଡ ନାମ ସାମିଲ୍। ଭାରତୀୟ ଇତିହାସରେ ସବୁଠୁ ପରାକ୍ରମଶାଳୀ ସାମ୍ରାଜ୍ୟ ମଧ୍ୟରୁ ଏକ ଚୋଳ ସାମାଜ୍ର‌୍ୟ ଉପରେ ଆଧାରିତ ଏହି ଫିଲ୍ମ କ୍ରିଟିକ୍ସ ଏବଂ ପ୍ରଶଂସକଙ୍କ ହୃଦୟ ଜିତି ପାରିଛି। ବକ୍ସ ଅଫିସରେ ବି ମଣିରତ୍ନମଙ୍କ ଫିଲ୍ମ ରେକର୍ଡ ସୃଷ୍ଟି କରିଛି।
କେବଳ ତିନି ଦିନରେ ‘ପୋନ୍ନିୟନ ସେଲଭନ-୧’ ଏମିତି ଆୟ କରିଛି, ଯେଉଁଥିରେ ବଡ ବଡ ବକ୍ସ ଅଫିସର ରେକର୍ଡ ଏହାର ବ୍ୟବସାୟ ସାମ୍ନାରେ ଫିକା ପଡି ଯାଇଛି। ଭାରତୀୟ ବକ୍ସ ଅଫିସରେ ଫିଲ୍ମଟି ପ୍ରଥମ ତିନି ଦିନରେ ୧୦୦ କୋଟିରୁ ଅଧିକ ବ୍ୟବସାୟ କରି ସାରିଲାଣି। ବିଦେଶରେ ଆମେରିକା, ଅଷ୍ଟ୍ରେଲିଆ ଏବଂ ୟୁକେ ପରି ଦେଶଗୁଡିକରେ ‘ପୋନ୍ନିୟନ ସେଲଭନ-୧’ ବକ୍ସ ଅଫିସରେ ଧୂଆଁଧାର ବ୍ୟବସାୟ କରୁଛି।
ରିଲିଜ୍ର ପ୍ରଥମ ୩ ଦିନରେ ‘ପୋନ୍ନିୟନ ସେଲଭନ-୧’ ଓ୍ଵାର୍ଲ୍ଡ ଓ୍ଵାଇଡ ବକ୍ସ ଅଫିସରେ ୨୦୦ କୋଟିରୁ ଅଧିକ ବ୍ୟବସାୟ କରି ସାରିଛି।
ପ୍ରଥମ ସପ୍ତାହରେ ଫିଲ୍ମ ଭାରତୀୟ ବକ୍ସ ଅଫିସରେ ପାଖାପାଖି ୧୨୯ କୋଟିର କାରବାର କରିଛି। ବିଦେଶରେ ମଧ୍ୟ ଫିଲ୍ମଟି ବେଶ ଲୋକପ୍ରିୟତା ହାସଲ କରିବା ସହିତ ପାଖାପାକି ୯୬ କୋଟି ଟଙ୍କାର ବ୍ୟବସାୟ କରିଛି। ଉଭୟକୁ ମିଶାଇ ‘ପୋନ୍ନିୟନ ସେଲଭନ-୧’ ଓ୍ବାର୍ଲ୍ଡ ଓ୍ଵାଇଡ ବକ୍ସ ଅଫିସରେ ପ୍ରାୟ ୨୨୫ କୋଟି ଟଙ୍କାର ବ୍ୟବସାୟ କରିଛନ୍ତି।

୧. ‘ପୋନିୟିନ୍ ସେଲଭାନ୍ -୧’ -୭୪୩ ହଜାର ପାଉଣ୍ଡ।
୨. ‘ଆରଆରଆର’ – ୬୫୦ହଜାର ପାଉଣ୍ଡ।
୩. ‘କେଜିଏଫ-୨’ – ୫୮୯ହଜାର ପାଉଣ୍ଡ।
୪. ‘ବ୍ରହ୍ମାସ୍ତ୍ର’ – ୫୧୬ହଜାର ପାଉଣ୍ଡ।
୫. ‘ବିଷ୍ଟ’ – ୫୦୫ହଜାର ପାଉଣ୍ଡ।ସାୟ କରିଛନ୍ତି।

Related Posts

Seo wordpress plugin by www.seowizard.org.