Odisha News

ଆମେରିକାକୁ କୃତଜ୍ଞତା ଜଣାଇଲା ତାଇୱାନ୍

ତାଇପେଇ,୧୩/୮: ଯୁକ୍ତରାଷ୍ଟ୍ର ଆମେରିକା ପ୍ରତି ତାଇୱାନ୍ର ବୈଦେଶିକ ମନ୍ତ୍ରାଳୟ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । ତାଇୱାନ୍ ପ୍ରଣାଳୀ ଏବଂ ଆଖପାଖ ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିଛି ଆମେରିକା ।
‘ୟୁଏସ୍ ଇଣ୍ଡୋ-ପେସିଫିକ୍’ ସମନ୍ବୟ ରକ୍ଷାକର୍ତ୍ତା କର୍ଟ କ୍ୟାମ୍ପ୍ବେଲ୍ଙ୍କ ଟିପ୍ପଣୀର ପ୍ରତ୍ୟୁତ୍ତର ଭାବେ ତାଇୱାନ୍ ବୈଦେଶିକ ମନ୍ତ୍ରାଳୟ ଉପରୋକ୍ତ ବିବୃତି ଦେଇଛି। ଶୁକ୍ରବାର ଦିନ କର୍ଟ କ୍ୟାମ୍ପ୍ବେଲ୍ କହିଥିଲେ କି, ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିନିଧି ଗୃହର ବାଚସ୍ପତି ନେନ୍ସି ପିଲୋସିଙ୍କ ତାଇୱାନ୍ ଗସ୍ତ ପ୍ରତି ଚୀନ୍ ଅତିମାତ୍ରାରେ ପ୍ରତିକ୍ରିୟାଶୀଳ ହେଉଛି।
ବିବୃତିରେ ତାଇୱାନ୍ ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଚୀନ୍ର ଅକାରଣ ସାମରିକ ଏବଂ ଆର୍ଥିକ ପ୍ରତିବନ୍ଧକ ବୈଶ୍ବିକ ଗଣତାନ୍ତ୍ରିକ ଶିବିରର ଏକତା ଏବଂ ସାମର୍ଥ୍ୟକୁ ଆହୁରି ସୁଦୃଢ଼ କରିଛି।

Related Posts

Seo wordpress plugin by www.seowizard.org.