Odisha News

ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ଆଲୋଚନା

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩୧/୫ : ପ୍ରଧାନମନ୍ତ୍ରୀ ଓଡ଼ିଶାର ତିନୋଟି ଜିଲ୍ଲା ବୌଦ୍ଧ,ଯାଜପୁର ଓ କୋରାପୁଟ ର ବିଭିନ୍ନ ହିତାଧିକାରୀ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଯୋଜନା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ ଓ ସହର),ପୋଷଣ ଅଭିଯାନ,ଉଜ୍ଜଳା ଯୋଜନା,ସ୍ୱଛ ଭାରତ,ଜଳ ଜବୀନ ମିଶନ,ପ୍ରଧାନମନ୍ତ୍ରୀ ନିଧି ଯୋଜନା,ଆୟୁଷ୍ମାନ ଭାରତ, ସ୍ୱାସ୍ଥ୍ୟମେଳା,ମୁଦ୍ରା ଯୋଜନା,ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଏବଂ ଅନ୍ୟାନ୍ୟ ଯୋଜନାର ହିତାଧିକାରୀଙ୍କ ସହିତ ମଙ୍ଗଳବାର ଦିନ ଆଭାସୀ ଜରିଆରେ ଆଲୋଚନା କରିଛନ୍ତି ।
ଏହି କାର‌୍ୟ୍ୟକ୍ରମ ବୌଦ୍ଧଜିଲାରେ ସଫଳତାର ସହିତ ଆୟୋଜନ ହୋଇଯାଇଛି । ସ୍ଥାନୀୟ ଟାଉନହଲଠାରେ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର,ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର,ଜିଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ,ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ,ହରଭଙ୍ଗା ବ୍ଳକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ ଓ କଂଟାମାଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତିଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ ।
ଏହାବ୍ୟତୀତ ସମସ୍ତ ଯୋଜନାର ୨୦ ଜଣ ଲେଖାଏଁ ହିତାଧିକାରୀ କାର‌୍ୟ୍ୟକ୍ରମରେ ଯୋଗଦେବା ସହିତ ଅଳର ବୁଦ୍ଧିଜିବୀ,ବରିଷ୍ଠ ନାଗରିକ,ସମସ୍ତ ବ୍ୟାଙ୍କର ପ୍ରତିନିଧି, ସମସ୍ତ ସରକାରୀ ଅଧିକାରୀ,ସ୍ୱେଛାସେବୀ ସଂଗଠନ,ସାମାଜିକ ସଂଗଠନ ଓ ଗଣମାଧ୍ୟମ ପ୍ରତିନିଧିମାନେ ବହୁଳ ସଂଖ୍ୟାରେ ଯୋଗଦେଇଥିଲେ ।
ଟାଉନହଲ ପରିସରରେ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ ଖୋଲାଯାଇ କେନ୍ଦ୍ର ସରକାରଙ୍କ ଦ୍ୱାରା କାର‌୍ୟ୍ୟକାରୀ କରାଯାଉଥିବା ଜନକଲ୍ୟାଣକାରୀ ଯୋଜନାଗୁଡିକ ଉପରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା ।
ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ ଜନସାଧାରଣଙ୍କ ସହିତ ସିଧାସଳଖ ଆଲୋଚନା କରି ସେମାନଙ୍କର ଆବଶ୍ୟକତା ଜାଣିବା ଓ ୨୦୪୭ ମସିହାରେ ଦେଶ ସ୍ୱାଧୀନତାର ଶହେବର୍ଷ ପାଳନ ପୂର୍ବରୁ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଏହି କାର‌୍ୟ୍ୟକ୍ରମର ମୂଳ ଉଦ୍ଦେଶ୍ୟ । କାର‌୍ୟ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଆଭାସି ଜରିଆରେ ବିଭିନ୍ନ ରାଜ୍ୟର ହିତାଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ।

Related Posts

Seo wordpress plugin by www.seowizard.org.