ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନଲାଇନ ଓ ଅଫଲାଇନ ମୂଲ୍ୟାୟନ କେନ୍ଦ୍ର
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୧/୪ : ପ୍ରଥମ ଥର ନିମନ୍ତେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଚୟନ ହୋଇ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ,ବାଣିଜ୍ୟ ବିଭାଗର ଅନଲାଇନ ମୂଲ୍ୟାୟନ କେନ୍ଦ୍ର ହୋଇଥିବା ବେଳେ ଗତ ତିନି ବର୍ଷ ହେବ ଅଫଲାଇନ ରେ +୨ କଳା ବିଭାଗର ମୂଲ୍ୟାୟନ କେନ୍ଦ୍ର ବେଶ୍ ଦକ୍ଷତାର ସହ ଜାରି ରହିଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ.ବିଭୁତି ଭୁଷଣ ଆଚାର୍ଯ୍ୟ ଉଭୟ ମୂଲ୍ୟାୟନ କେନ୍ଦ୍ର ଜୋନ୍ ସୁପରଭାଇଜର ଭାବେ କାର୍ଯ୍ୟ ତୁଲାଉଛନ୍ତି ।
ଆଦିବାସୀ ଅଧୁଷିତ କନ୍ଧମାଳ ଭଳି ପାୱାର ଟାୱାର ଉପରେ ଭରସା ନ ଥିବା ଜିଲ୍ଲା ସଦର ମହକୁମା ଫୁଲବାଣୀ ପରେ ଏହା ଦ୍ୱିତୀୟ ଅନ ଲାଇନ ଅଫଲାଇନ ମୂଲ୍ୟାୟନ କେନ୍ଦ୍ର ହୋଇପାରିଛି । ରାଜ୍ୟ ସରକାରଙ୍କ ଗଣ ଶିକ୍ଷା ବିଭାଗର ଏହା ଏକ ସମୟୋଚିତ ଅଭିନବ ପ୍ରୟାସକୁ ବିଭିନ୍ନ ମହଲରୁ ସାଧୁବାଦ ଜଣାଯାଇଛି ।
ଏହି ମୂଲ୍ୟାୟନ ର ପ୍ରଥମ ପର୍ଯ୍ୟାୟ ଅପ୍ରେଲ ୨ତାରିଖ ରୁ ଆରମ୍ଭ ହୋଇ ୧୩ ତାରିଖ ରେ ସରିବାକୁ ଥିବା ବେଳେ ଏହାର ଦ୍ୱିତୀୟ ପର୍ଯ୍ୟାୟ ୧୫ ଅପ୍ରେଲରେ ଆରମ୍ଭ ହୋଇ ୨୫ ତାରିଖରେ ଶେଷ ହେବ ବୋଲି ମହାବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।




