ଆତ୍ମ ନିଯୁକ୍ତି ପାଇଁ ଯୋଜନା ଅଛି, ଇଚ୍ଛା ଶକ୍ତି ନାହିଁ
ବରଦା ଦାସଙ୍କ ରିପୋର୍ଟ
କଟକ, ୩୦/୧୨: ସ୍ଵ ରୋଜଗାର ବୃଦ୍ଧି ପାଇଁ କିପରି ଆତ୍ମ ପ୍ରଚେଷ୍ଟା କରାଯିବ ଓ ଆତ୍ମ ନିର୍ଭରସିଳ ସମ୍ଭବ ହୋଇପାରିବ,ସେ ସମ୍ପର୍କରେ ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଟ୍,କଟକ ଶାଖା ଆନୁକୁଲ୍ୟରେ ପ୍ରଥମ ଆଭାସି ବୈଠକ ଅନୁଷ୍ଠିତ ହୋଇ ଜନ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରାଯାଇଛି ।
ବିଜେପି ମୁଖପାତ୍ର ଡ ଅଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ ଅତିଥି ଭାବେ ଯୋଗ ଦେଇ ତାଙ୍କର ବହୁ ବୈଷୟିକ ଅନୁଭୂତି କହିଥିଲେ ଓ ଏ ଦିଗରେ ସମସ୍ତ ସହାୟତା ଅଭିଜ୍ଞ ଅବସର ପ୍ରାପ୍ତ ବ୍ୟକ୍ତି ଓ ଆଗ୍ରହୀ ଯୁବକ ମାନଙ୍କୁ ବିଜେପି ସଂଗଠନ ତରଫରୁ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିଶ୍ଵ କର୍ମା ଯୋଜନାରେ ୧୯ ଟି କୌଳିକ ବୃତ୍ତି କୁ ପ୍ରୋତ୍ସାହନ ଦିଆ ଯିବା ପାଇଁ ପ୍ରଧାନ ମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି ବୋଲି ଶ୍ରୀ ମଲ୍ଲିକ କହିଥିଲେ ।
ଜନ ସଂଖ୍ୟା ବୃଦ୍ଧି ଯୋଗୁଁ ବେକାରୀ ଉକଟ ରୂପ ଧାରଣ କରିବାକୁ ଯାଉଥିବା ବେଳେ ଏ ଆଲୋଚନା ର ପ୍ରାସଙ୍ଗିକତା ଯଥେଷ୍ଟ ରହିଛି । ପୂର୍ବତନ ନାବାର୍ଡ ମୁଖ୍ୟ ମହା ପ୍ରବନ୍ଧକ ଡ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ ବକ୍ତା ଭାବେ ଯୋଗ ଦେଇ ସରକାରି ଯୋଜନା ଓ ପ୍ରୋତ୍ସାହନ ସମ୍ପର୍କରେ ବିଶଦ ଭାବେ ବର୍ଣ୍ଣନା କରିଥିଲେ । ଇଚ୍ଛାଶକ୍ତି ଓ ଆତ୍ମ ପ୍ରଚେଷ୍ଟା କିପରି ଏ ଦିଗରେ ସାହାଯ୍ୟ କରିବ ସେ ସମ୍ପର୍କରେ ଆଲୋଚନା କରି ଜନ ସଚେତନତା ସୃଷ୍ଟି କରିଥିଲେ ।
ସଂଗ୍ରାମ ସାହୁ, ଦିପାୟନ ପଟ୍ଟନାୟକ,ଲଣ୍ଡନ ରୁ ସୁକାନ୍ତ ସାହୁ,ବାହାରିନ ରୁ ସୁବାସ ସାହୁ,ଯନ୍ତ୍ରୀ ବିନୋଦ ଦାସ, ଡ ନନ୍ଦ ନନ୍ଦନ ଦାସ,କୃଷ୍ଣ ଚନ୍ଦ୍ର ମହାପାତ୍ର,କୁମାର ରାଜମଣି,ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।
ପୂର୍ବତନ ସୂଚନା ଓ ଲୋକସଂପର୍କ ବିଭାଗ ର ଅତିରିକ୍ତ ନିର୍ଦ୍ଦେଶକ ବରଦା ଦାସ ସଭା ସୁ ସଂଯୋଜନା କରିଥିଲେ । ଆଲୋଚନା ଟି ୟୁ ଟ୍ୟୁବ୍ ରେ ଉପଲବ୍ଧ । ବିଭୁଦତ୍ତ ମହାନ୍ତି ବୈଷୟିକ ପରିଚାଳନା କରିଥିଲେ । ଶେଷରେ ସୁକାନ୍ତ ସାହୁ ଧନ୍ୟବାଦ୍ ଅର୍ପଣ କରି ଆସନ୍ତା ୮ ରୁ ୧୦ ଏନ ଆର ଆଇ ସମ୍ମିଳନୀ ରେ ଏ ବିଷୟ ବିଶଦ ଭାବେ ଉପସ୍ଥାପନ କରାଯିବ ବୋଲି କହିଥିଲେ ।