Odisha News

ଆତ୍ମରକ୍ଷା ପ୍ରଶିକ୍ଷଣ ତାଲିମ ଶିବିର ଉଦଯାପିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ , ୨୭/୨: ବୌଦ୍ଧ ଜିଲ୍ଲା ସରସରା ସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଠାରେ ବାଳିକା ମାନଙ୍କ ନିମନ୍ତେ ଆତ୍ମରକ୍ଷ୍ୟା ତାଲିମ ଶିବିର ଉଦଯାପିତ ହୋଇଯାଇଛି ।
ଏହି ଅବସରରେ ଏକ ସମର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମହାବିଦ୍ୟାଳୟ ଅଧକ୍ଷ ରବୀନ୍ଦ୍ର କୁମାର ସାହୁ ସଭାପତିତ୍ୱ କରି ତାଙ୍କ ଅଭିଭାଷଣରେ ଛାତ୍ରୀ ମାନେ ଆତ୍ମାରକ୍ଷା ପ୍ରଶିକ୍ଷଣ ନେଇ ଦକ୍ଷ ଓ ଶାରୀରିକ ସୁସ୍ଥ ହେବାପାଇଁ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଶିକ୍ଷିକା ସୁଶ୍ରୀ ସ୍ଵାଗତିକା ପ୍ରଧାନ ଯୋଗଦେଇ ଆତ୍ମାରକ୍ଷାର ବିଭିନ୍ନ କୌଶଳମାନ ଶିଖାଇଥିଲେ ।
ଅନ୍ୟତମ ଅତିଥିଭାବେ ସୁଦାମ ଭୋଇ ଯୋଗଦେଇ ଛାତ୍ରୀମାନେ ଛାତ୍ର ମାନଙ୍କୁ ଠାରୁ କୌଣସି ଗୁଣରେ କମ ନୁହନ୍ତି ବୋଲି ତାଙ୍କ ଅଭିଭାଷଣରେ କହିଥିଲେ ।
ଅତିଥି ମାନଙ୍କ ଦ୍ୱାରା ଅଂଶ ଗ୍ରହଣକାରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟର ଶତାଧିକ ଛାତ୍ରୀ ଯୋଗଦେଇ ଅଂଶ ଗ୍ରହଣ କରିଥିଲେ । ।
ଶେଷରେ ପ୍ରଶିକ୍ଷଣ ଅଧିକାରୀ ସୁଶ୍ରୀ ଶାଶ୍ଵତୀ ଶ୍ୱେତଳିନୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ ।

Related Posts