Odisha News

‘ଆଟମିକ୍ ଏନର୍ଜି କମିସନ୍’ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଡକ୍ଟର୍ ଅଜିତ ମହାନ୍ତି

ନୂଆଦିଲ୍ଲୀ,୩୦/୪: ଭାବା ଆଟମିକ ରିସର୍ଚ୍ଚ ସେଣ୍ଟର (ଈଇଜଉ)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଓଡ଼ିଆ ପୁଅ ଡ. ଅଜିତ କୁମାର ମହାନ୍ତିଙ୍କୁ କେନ୍ଦ୍ର ସରକାର ଆହୁରି ଦୁଇଟି ଗୁରୁଦାୟିତ୍ୱ ଦେଇଛନ୍ତି। ତାଙ୍କୁ ଆଟମିକ ଏନର୍ଜି ଡିପାର୍ଟମେଣ୍ଟର ସଚିବ ଓ ଆଟମିକ ଏନର୍ଜି କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କୁ ୬୬ ବର୍ଷ ହେବା
ଅର୍ଥାତ୍ ୧୦.୧୦.୨୦୨୫ ପର୍ଯ୍ୟନ୍ତ ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଏହି ଦୁଇଟି ଦାୟିତ୍ୱରେ ରହିବେ।
୨୦୧୯ ମାର୍ଚ୍ଚ ୧୨ ତାରିଖରେ ଡ. ଅଜିତ କୁମାର ମହାନ୍ତିଙ୍କୁ ଈଇଜଉର ତ୍ରୟୋଦଶତମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା। ଡ. ମହାନ୍ତି ୧୯୫୯ ମସିହାରେ ଜନ୍ମ ହୋଇଥିଲେ। ୧୯୭୯ ମସିହାରେ ବାରିପଦା ସ୍ଥିତ ମହରାଜା ପୂର୍ଣ୍ଣଚନ୍ଦ୍ର କଲେଜରୁ ପଦାର୍ଥ ବିଜ୍ଞାନ ସମ୍ମାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।
ତା’ପରେ ସେ ରେଭେନସା କଲେଜରେ ପିଜି କରିଥିଲେ। ୧୯୮୩ରେ ସେ ଈଇଜଉର ନ୍ୟୁକ୍ଲିୟର ଫିଜିକ୍ସ ଡିଭିଜନରେ ଯୋଗ ଦେଇ ପ୍ରଶିକ୍ଷଣ ନେଇଥିଲେ। ସେ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ହାସଲ କରିଥିଲେ। ଡ. ମହାନ୍ତି ନ୍ୟୁକ୍ଲିୟର ଫିଜିକ୍ସର ବିଭିନ୍ନ ବିଭାଗରେ କାର୍ଯ୍ୟ କରିଛନ୍ତି।
ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟାତ୍ତ ବୀମା କମ୍ପାନୀ ଏଲଆଇସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ସିଦ୍ଧାର୍ଥ ମହାନ୍ତି । ସେ ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ବେଳେ ଗତ ଶୁକ୍ରବାର କେନ୍ଦ୍ର ସରକାର ତାଙ୍କୁ ସ୍ଥାୟୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ।

Related Posts

Seo wordpress plugin by www.seowizard.org.