Odisha News

ଆଜି ହେଉଛି ସାବିତ୍ରୀ ବ୍ରତ: ସକାଳୁ ସକାଳୁ ମନ୍ଦିରରେ ଭିଡ଼

ଭୁବନେଶ୍ୱର,୨୬/୫: ଆଜି ହେଉଛି ସାବିତ୍ରୀ ଅମାବାସ୍ୟା। ଏହି ଉପଲକ୍ଷେ ସକାଳୁ ରାଜଧାନୀର ବିଭିନ୍ନ ମନ୍ଦିରରେ ମହିଳାମାନଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ଓଡ଼ିଆ ଘରର ପରମ୍ପରା ଅନୁଯାୟୀ, ସଧବା ମହିଳାମାନେ ଏହି ବ୍ରତ ପାଳନ କରିଥାନ୍ତି। ମହିଳାମାନେ ଉପବାସ ରଖିବା ସହ କେହି କେହି ଘରେ ପୂଜାର୍ଚ୍ଚନା କରୁଥିବା ବେଳେ କେହି କେହି ମନ୍ଦିର ଯାଇ ସ୍ବାମୀଙ୍କ ଦୀର୍ଘଜୀବନ କାମନା କରିଥାନ୍ତି।
ପୌରାଣିକ ଅନୁଯାୟୀ, ମହାସତୀ ସାବିତ୍ରୀ ସ୍ବାମୀ ସତ୍ୟବାନଙ୍କୁ ଯମରାଜାଙ୍କ ନିକଟରୁ ଫେରାଇ ଆଣିବା ପାଇଁ ଏହି ବ୍ରତ ପାଳନ କରିଥିଲେ। ସେହିଦିନଠାରୁ ଓଡ଼ିଶାର ପୁରପଲ୍ଲୀରେ ମହିଳାମାନେ ଏହି ବ୍ରତ ପାଳନ କରିଆସୁଛନ୍ତି।

Related Posts