Odisha News

ଆଜି ହେଉଛି ବିଶ୍ୱବିନ୍ଧାଣୀ ବିଶ୍ୱକର୍ମାଙ୍କ ପୂଜା, ସବୁଠି ଉତ୍ସାହ

ଭୁବନେଶ୍ୱର, ୧୬/୯ : ଆଜି ହେଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ପୁରାଣ ଓ ଶାସ୍ତ୍ର ଅନୁସାରେ ବିଶ୍ୱକର୍ମା ଭାଦ୍ରବ ମାସ କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟମଣ୍ଡଳରେ ଆବିର୍ଭୂତ ହୋଇଥିଲେ ।
ସେଥିପାଇଁ ଆଜିର ଦିନରେ ବିଶ୍ୱକର୍ମାଙ୍କ ଚତୁର୍ଭୁଜ ମୂର୍ତ୍ତିକୁ ଆବାହନ କରାଯାଏ । ବିଶେଷ କରି ବିଭିନ୍ନ ଶିଳ୍ପ ଅନୁଷ୍ଠାନରେ ତାଙ୍କର ପୂଜାର୍ଚ୍ଚନା ବେଶ ଧୁମଧାମରେ କରାଯାଇଥାଏ ।
ସାରା ରାଜ୍ୟ ବିଶ୍ୱକର୍ମାଙ୍କ ପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି । ବନ୍ଦର ନଗରୀ ପାରାଦୀପ, ରାଉରକେଲା ଏବଂ ଅନୁଗୁଳରେ ଖାସ କରି ଅଧିକ ଉତ୍ସାହ ଦେଖିବାକୁ ମିଳୁଛି ।
ଚଳିତ ବର୍ଷ ପାରାଦୀପରେ ପ୍ରାୟ ୩୦ଟି ମଣ୍ଡପରେ ପ୍ରଭୁ ବିଶ୍ୱକର୍ମା ପୂଜା ପାଉଛନ୍ତି । ଆକର୍ଷଣୀୟ ତୋରଣ ସାଙ୍ଗକୁ ବିଭିନ୍ନ ଆଲୋକମାଳାରେ ଝଲସୁଛି ପାରାଦ୍ୱୀପ । ସେହିଭଳି ଅନୁଗୁଳ ନାଲକୋନଗରରେ ଧୁମଧାମରେ ପାଳନ ହେଉଛି ଏହି ପୂଜା । ନାଲକୋରେ ୧୯ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ବିଶ୍ୱ ବିନ୍ଧାଣୀ ।
ସେହିପରି ଅନ୍ୟ ଜିଲ୍ଲାରେ ମଧ୍ୟ ବିଭିନ୍ନ ଶିଳ୍ପାନୁଷ୍ଠାନ, ଇଞ୍ଜିନିୟରିଂ କଲେଜ ଆଦିରେ ବହୁ ଆଡ଼ମ୍ବରରେ ବିଶ୍ୱକର୍ମାଙ୍କୁ ଆବାହନ କରାଯାଉଛି ।

Related Posts

Seo wordpress plugin by www.seowizard.org.