Odisha News

ଆଜି ହେଉଛି ଆଲୋକର ପର୍ବ ଦୀପାବଳି ଓ ମା’ କାଳୀଙ୍କ ପୂଜା

ଭୁବନେଶ୍ୱର,୨୪/୧୦: ଆଜି ଆଲୋକର ପର୍ବ ଦୀପାବଳି ଓ ମା’ କାଳୀଙ୍କ ପୂଜା । ମଙ୍ଗଳବାର ସୂର‌୍ୟ୍ୟୋପରାଗ ପଡୁଥିବାରୁ ଆଜି ହିଁ ପାଳନ ହେବ ଦୀପାବଳି। ଦୀପଦାନ, ପୟାଶ୍ରାଦ୍ଧ ସହ ଆଜି ବାଣଫୁଟା ବି ଜମିବ ।
୨ବର୍ଷ ଧରି କୋଭିଡ୍ କଟକଣା ଯୋଗୁ ଦୀପାବଳି ପାଳନ ଉପରେ ବ୍ରେକ୍ ଲାଗିଥିଲା। ହେଲେ ଏଥର କଟକଣା ଉଠିଯାଇଥିବାରୁ ଲୋକଙ୍କ ମଧ୍ୟରେ ଦୀପାବଳି ପାଳନ ନିମନ୍ତେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ । ଲୋକଙ୍କ ଚାହିଦାକୁ ଦେଖି ଏଥର ବଜାରରେ ଭଳିକି ଭଳି ବାଣର ପସରା ମେଲିଛି । ତେବେ ଗ୍ରୀନ କ୍ରାକରକୁ ଅଧିକ ଗୁରୁତ୍ୱ ମିଳୁଛି ।
ଝରଝରୀ, ଧପଧପି, ରସୁଣ, ଚକ୍ରି ଓ କୁମ୍ପି ଭଳି ବାଣ ଅଧିକ ଚର୍ଚ୍ଚାରେ ରହିଛି ସ୍ୱିଗି, ଜୋମାଟୋ, ପେଟିଏମ୍ ଓ ମଡ଼ର୍ଣ୍ଣ କୁମ୍ପି। ଯେହେତୁ ୧୨୫ ଡେସିବିଲ୍ରୁ ଅଧିକ ଶବ୍ଦର ବାଣ ଉପରେ ପ୍ରତିବନ୍ଧକ ଲାଗିଛି ତେଣୁ ଚାଇନା ବମ୍ ଓ ତାଳଫୋଟକା ଭଳି ବାଣ ବଜାରରୁ ଉଭାନ୍ ହୋଇଯାଇଛି ।
ଉଭୟ ଗ୍ରାହକ ଓ ବ୍ୟବସାୟୀ ସମସ୍ତଙ୍କ ପାଇଁ ଏଥର ଦୀପାବଳି ସମ୍ଭାବନାରେ ଭରିଛି। ତେଣେ କମିଶନରେଟ୍ ପୁଲିସ୍ ବି ବେଆଇନ୍ ବାଣ ବିକ୍ରି ସହ ସୁରକ୍ଷିତ ବାଣ ବ୍ୟବସାୟ ଉପରେ ଅଧିକ ଜୋର୍ ଦେଇଛି । ଚେକିଂକୁ ଜୋରଦାର କରାଯାଇଛି।
କଟକ ସହରରେ ବେଆଇନ ବାଣ ତିଆରି ଓ ବିକ୍ରିର ତଦାରଖ ପାଇଁ ୬ଜଣ ଅତିରିକ୍ତ ଡିସିପି ଓ ୩୭ ଇଝଚଙ୍କ ସହ ୩୦୦ ପୁଲିସ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏଥର ଟ୍ୱିନସିଟିରେ ରାତି ୮ଟାରୁ ୧୦ଟା ଭିତରେ ବାଣ ଫୁଟାଇବାକୁ ନିୟମ ହୋଇଛି।

Related Posts

Seo wordpress plugin by www.seowizard.org.