Odisha News

ଆଜି ସରୁଛି ପଦ୍ମପୁର ପ୍ରଚାର, ପ୍ରାର୍ଥୀ କରୁଛନ୍ତି ପ୍ରାଣମୂର୍ଚ୍ଛା ଉଦ୍ୟମ

ପଦ୍ମପୁର,୩।୧୨ : ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର। ଶେଷ ଦିନରେ ପ୍ରଚାର ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଝାରବନ୍ଧ ବ୍ଲକ୍ ଜଗଦଲପୁର ଠାରେ ବିଶାଳ ଜନସଭାକୁ ସମ୍ବୋଧନ କରିବେ କେନ୍ଦ୍ରମନ୍ତ୍ରୀ।
ପଦ୍ମପୁରରେ ରୋଡ୍ ସୋ’ କରି ଦଳୀୟ ପାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ ଧର୍ମେନ୍ଦ୍ର। ନଭେମ୍ବର ୨୯ ରୁ ଡିସେମ୍ବର ୧ ପର‌୍ୟ୍ୟନ୍ତ ଲଗାତର ୩ ଦିନ ଧରି ପଦ୍ମପୁରରେ ବିଜେପି ପ୍ରଚାରର ମଙ୍ଗ ଧରିଥିଲେ କେନ୍ଦ୍ରମନ୍ତ୍ରୀ। ଆଜି ପ୍ରଚାରର ଶେଷ ଦିନ ହୋଇଥିବା ବେଳେ ବିଜେଡି ଓ କଂଗ୍ରେସ ପକ୍ଷରୁ ମଧ୍ୟ ଜୋରଦାର ପ୍ରଚାର ହେବ। ବିଜେଡି ସୁପ୍ରିମୋ ନବୀନଙ୍କ ପ୍ରଚାର ପରେ ବିଜେଡି କର୍ମୀଙ୍କ ମଧ୍ୟରେ ଜୋଶ୍ ଭରିଛି।
ସୂଚନାଯୋଗ୍ୟ ଯେ, ଡିସେମ୍ବର ୫ତାରିଖରେ ପଦ୍ମପୁରରେ ଅନୁଷ୍ଠିତ ହେବ ଉପନିର୍ବାଚନ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଖାସ୍ କରି ସମ୍ବେଦନଶୀଳ ବୁଥ୍ମାନଙ୍କ ବିଶେଷ ନଜର ରଖାଯାଇଛି । ଏହିକ୍ରମରେ ନିର୍ବାଚନ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିଜେ ପଦ୍ମପୁର ଗସ୍ତ କରିଥିଲେ । ନିର୍ବାଚନ ନେଇ ପୂର୍ବ ପ୍ରସ୍ତୁତିର ସମୀକ୍ଷା ମଧ୍ୟ କରିଥିଲେ

Related Posts

Seo wordpress plugin by www.seowizard.org.