Odisha News

ଆଜି ପହିଲି ରଜ: ଘରେ ଘରେ ରଜ ପିଠାର ମହକ

ଭୁବନେଶ୍ୱର ୧୪/୬: ଆଜି ହେଉଛି ପହିଲି ରଜ । ଓଡିଶାରେ ଘରେ ଘରେ ପୋଡ ପିଠାଠରୁ ଆରମ୍ଭ କରି ଭଳକି ଭଳି ପିଠା ପଣାର ଆସର ଜମିଛି । ପଲିଠୁ ଆରମ୍ଭ କରି ସହର ସବୁଠଇ ରାଜ ପାଇଁ ଉତ୍ସବ ମୁଖର ।
ପ୍ରଥମରେ ପହିଲି ରଜ, ୨ୟରେ ରଜ ସଂକ୍ରାନ୍ତି ଏବଂ ତୃତୀୟରେ ଭୂମିଦହନ । ତେବେ ଏହି ୩ ଦିନ ମାତା ବସୁଧା ରଜସ୍ୱଳା ହୋଇଥିବାରୁ କୃଷ୍ଟି ତଥା ଚାଷ କାମ ବାରଣ କରାଯାଇଥାଏ ।
ସେଥିପାଇଁ ଧରିତ୍ରୀକୁ ବିଶ୍ରାମ ଦେବା ପାଇଁ କୁମାରୀ ଝିଅ ତଥା ବୋହୁମାନେ କିଛି କାମ କରିନଥାଆନ୍ତି । ପରମ୍ପରା ମୁତାବକ ସଜବାଜରେ ହିଁ ଘରର ସମସ୍ତ କାମ ସାରିବାକୁ ପଡିଥାଏ । ଅର୍ଥାତ ପିଠା ପଣା ସବୁ ସଜବାଜରୁ ହିଁ ହୋଇଥାଏ । ଏଥିପାଇଁ କୁମାରୀମାନେ ୩ଦିନ ରଜ ଉତ୍ସବକୁ ବେଶ୍ ଧୂମାଧାମରେ ପାଳିଥାନ୍ତି । ନୂଆ ଡ୍ରେସ୍ ପିନ୍ଧି ସଜବାଜ ହୋଇ ପିଠା ପଣା ଖାଇବା ସହ ଦୋଳି ଖେଳିବାର ମଜା ନେଇଥାନ୍ତି ।
ବରଷକେ ଥରେ ରଜ ପାଳିବାକୁ ସତେ ଯେପରି ଅନାଇ ରହିଥାନ୍ତି ସଭିଏଁ । କେବଳ ସେତିକି ନୁହେଁ ପାନ ଖାଇ ମାତିଯାଆନ୍ତି ବିଭିନ୍ନ ଖେଳକୁଦରେ । ତେବେ ଏଥର ମଧ୍ୟ ପୂର୍ବଭଳି ରଜ ପର୍ବରେ ପଡିଛି କରୋନା ଛାଟ । କରୋନାର କଟକଣା କୋହଳ ପରେ ଦୁଇ ବର୍ଷ ପରେ ଲୋକେ ଏଥର ରଜ ଉତ୍ସବକୁ ଧୂମଧାମରେ ପାଳିବେ । ଓଡିଆ ପରମ୍ପରାକୁ ବଜାୟ ରଖିବାକୁ ଘରେ ଘରେ ଲାଗିଛି ଉତ୍ସବର ମାହୋଲ । ପିଠା ପଣାରେ ମହକୁଛି ପ୍ରତି ଘର ।

Related Posts

Seo wordpress plugin by www.seowizard.org.