Odisha News

ଆଜି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ

ଭୁବନେଶ୍ୱର ୧୨/୩: ରାଜ୍ୟର ସବୁ ପଞ୍ଚାୟତ ସମିତି ନୂଆ ଅଧ୍ୟକ୍ଷ ପାଇବେ। ଶନିବାର ବ୍ଲକ ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ। ନବନିର୍ବାଚିତ ପଞ୍ଚାୟତ ସମିତି ସଦସ୍ୟମାନେ ନିଜ ଭିତରୁ ଜଣଙ୍କୁ ଅଧ୍ୟକ୍ଷ ଭାବେ ନିର୍ବାଚିତ କରିବେ। ପଞ୍ଚାୟତ ସମିତି ଦଖଲ ଏବେ ସ୍ଥାନୀୟ ବିଧାୟକଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇପଡ଼ିଛି। ଏଥିପାଇଁ ସବୁ ଜିଲ୍ଲାରେ ଛକାପଞ୍ଝା ଜାରି ରହିଛି।
ତେବେ ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରକାଶ ପାଇଲା ପରେ ଅଜ୍ଞାତବାସରେ ଥିବା ସମିତି ସଦସ୍ୟମାନେ ଏବେ ନିଜ ନିଜ ଅଞ୍ଚଳକୁ ଫେରିଥିବା ଜଣାପଡ଼ିଛି। ଶନିବାର ସକାଳ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଅଧ୍ୟକ୍ଷ ନିର୍ବାଚନ ପାଇଁ ବ୍ଲକ୍ କାର‌୍ୟ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରାର୍ଥୀ। ସେହି ସମୟ ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିବେ। ୧୧ଟା ୩୦ରୁ ୧୨ଟା ୩୦ ମଧ୍ୟରେ ପ୍ରାର୍ଥିପତ୍ର ଯାଞ୍ଚ୍ ହେବ ।
ଅପରାହ୍ନ ୧ଟା ପୂର୍ବରୁ ଇଚ୍ଛୁକ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ। ଯଦି ଏକାଧିକ ପ୍ରାର୍ଥୀ ଥାନ୍ତି, ତେବେ ୧ଟା ୩୦ରୁ ୪ଟା ଭିତରେ ନିର୍ବାଚନ ହେବ। ତାହା ପରେ ଫଳାଫଳ ଘୋଷଣା କରାଯିବ। ସେହିପରି ଆସନ୍ତାକାଲି ଜିଲ୍ଲା ପରିଷଦ ସଭାପତି ପାଇଁ ନିର୍ବାଚନ ହେବ। ଆସନ୍ତା ୨୩ ତାରିଖରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିର୍ବାଚନ ହେବ।

Related Posts

Seo wordpress plugin by www.seowizard.org.