Odisha News

ଆଜିଠୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ

ଭୁବନେଶ୍ୱର, ୨/୬: ଆଜିଠୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ)ର ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ । ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବ । ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଜୁନ୍ ୨ରୁ ୧୨ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଜୁନ୍ ୧୩ରୁ ଆରମ୍ଭ ହେବ ।
ପ୍ରଥମ ପର୍ଯ୍ୟାୟରେ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପ୍ରାୟ ସମସ୍ତ ବିଷୟର ଖାତାଦେଖା ହେବାକୁ ଥିବାବଳେ ବିଜ୍ଞାନର ୫ଟି ବିଷୟର ଖାତା ଦେଖା ହେବ ।
ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଅବଶିଷ୍ଟ ବିଷୟ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ଖାତାଦେଖା ହେବ ।
ଅଫଲାଇନ୍ ଓ ଅନଲାଇନରେ ମୂଲ୍ୟାୟନ ହେବାକୁ ଥିବାବଳେ ଅଫଲାଇନ୍ ପାଇଁ ୬୪ଟି କେନ୍ଦ୍ର ଏବଂ ଅନଲାଇନ ପାଇଁ ୩୭ଟି ମୂଲ୍ୟାୟନ କେନ୍ଦ୍ର ପ୍ରସ୍ତୁତ ହୋଇଛି । ଜୁଲାଇରେ ଫଳ ପ୍ରକାଶ ପାଇଁ ସିଏଚଏସଇ ଲକ୍ଷ୍ୟ ରଖିଛି ।
ବ୍ରଜରାଜନଗର ନିର୍ବାଚନ ପାଇଁ ପରୀକ୍ଷା ସୂଚୀ ପରିବର୍ତ୍ତନ ହୋଇଥିବାରୁ ଏହି ବିଷୟଗୁଡ଼ିକର ଖାତା ଦେଖା ସାମାନ୍ୟ ବିଳମ୍ୱ ହୋଇପାରେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

Related Posts

Seo wordpress plugin by www.seowizard.org.