Odisha News

ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ୨ ପ୍ରଥମ ବର୍ଷ ପାଠପଢ଼ା

ଭୁବନେଶ୍ୱର ୨୨/୯: ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ୨ ପ୍ରଥମ ବର୍ଷ ପାଠପଢ଼ା । ଏନେଇ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷକଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି ହୋଇଛି ।
ସେହିପରି ଆଜିଠାରୁ ୨୪ ତାରିଖ ଯାଏ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଡକସନ୍ କ୍ଲାସ୍ କରିବାକୁ ମଧ୍ୟ ଚିଠିରେ ଉଲ୍ଲେଖ ରହିଛି ।
କ୍ଲାସରେ ନିର୍ଦ୍ଦିଷ୍ଟ ବିଷୟ ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି । ସିଲାବସ୍, ପାଠପଢ଼ା ଓ ପରୀକ୍ଷା ସମ୍ବନ୍ଧରେ ମଧ୍ୟ ପିଲାଙ୍କୁ ବୁଝାଇବାକୁ ଶିକ୍ଷକମାନଙ୍କୁ ପରାମର୍ଶ ଦିଆଯାଇଛି । ନିୟମ କାନୁନ ସହ ରାଗିଂ ସମ୍ବନ୍ଧରେ ଇଣ୍ଡକସନ୍ କ୍ଲାସ୍ରେ ପିଲାମାନଙ୍କୁ କୁହାଯିବ । ଚଳିତ ବର୍ଷ ସାଢ଼େ ୩ ଲକ୍ଷ ପିଲା ନାମ ଲେଖାଇଛନ୍ତି ।

Related Posts

Seo wordpress plugin by www.seowizard.org.