Odisha News

ଆଗକୁ ଆହୁରି ବଢ଼ିବ କୁହୁଡି

ଭୁବନେଶ୍ୱର, ୬/୧: ରାଜ୍ୟରେ ଖସୁଛି ପାରଦ । ରାତ୍ରିର ତାପମାତ୍ରା ୨ରୁ ୫ ଡିଗ୍ରୀ ଖସିବାରୁ ସାରା ରାଜ୍ୟରେ ଶୀତର ପ୍ରକୋପ ବଢିଛି । ବିଶେଷ ଉପାନ୍ତ ଅଞ୍ଚଳ ମାନଙ୍କରେ ପ୍ରବଳ ଶୀତ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ ।
ତେବେ ଆସନ୍ତା ୨ରୁ ୩ ଦିନ ଯାଏ ପାଗ ଶୁଖିଲା ରହିବା ସହ ପାଣିପାଗରେ ପରିବର୍ତ୍ତନ ନଥିବା କହିଛି ପାଣିପାଗ କେନ୍ଦ୍ର । ସେହିପରି କିଛି ସ୍ଥାନରେ କଲବଲ କରିବ କୁହୁଡି । ବିଶେଷ କରି କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ବଲାଙ୍ଗୀର, ସୋନପୁର, ଅନୁଗୁଳ, ଢେଙ୍କାନାଳ, କଟକ, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

Related Posts

Seo wordpress plugin by www.seowizard.org.