Odisha News

ଆଇଏଏସ୍ ସ୍ତରରେ ଅଦଳବଦଳ, ବୀର ବିକ୍ରମ ଯାଦବ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର, ୩/୪: ଆଇଏଏସ୍ ସ୍ତରରେ ହୋଇଛି ଅଦଳବଦଳ । ସାଧାରଣ ପ୍ରଶାସନ ବିଭାଗରୁ ଜାରି ବିଜ୍ଞପ୍ତି ଅନୁସାରେ, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ହେଲେ ବୀର ବିକ୍ରମ ଯାଦବ । ବରିଷ୍ଠ ଓଇଝ ବୀର ବିକ୍ରମ ଯାଦବଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି । ଖାଦ୍ୟ ଓ ଯୋଗାଣ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ମଧ୍ୟ ତୁଲାଇବେ ବୀର ବିକ୍ରମ ।
ନିକୁଞ୍ଜ କିଶୋର ସୁନ୍ଦରରାୟ ହେଲେ ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ । କେନ୍ଦ୍ରୀୟ ଡେପୁଟେସନରୁ ଫେରିବାପରେ ମୋନା ଶର୍ମାଙ୍କ ବଦଳରେ ତାଙ୍କୁ ମିଳିଛି ଏହି ନିଯୁକ୍ତି । ଶୁଭମ୍ ସକ୍କେନାଙ୍କୁ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ ଭାବେ ମଧ୍ୟ ସେ ଅତିରିକ୍ତ ଦାୟିତ୍ୱ ତୁଳାଇବେ ।
ଆଇଏଫ୍ଏସ୍ ସଞ୍ଜିବ କୁମାର ଚଢ଼ା ହୋଇଛନ୍ତି ଏଗ୍ରିକଲ୍ଚର ଓ ମାର୍କେଟିଂ ନିର୍ଦ୍ଦେଶକ । ସମନ୍ୱୟ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ତାଙ୍କୁ ଦିଆଯାଇଛି ।

Related Posts

Seo wordpress plugin by www.seowizard.org.