Odisha News

ଅଶୋଭନୀୟ ଆଚରଣ ନିନ୍ଦନୀୟ : କୁମାର ଭାଇଙ୍କ ୭୮ ତମ ଜୟନ୍ତୀ

ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟ
କଟକ, ୮/୪ : ଶୋଭାନୀୟତା ର ବିକାଶ ପାଇଁ କୁମାର ଭାଇ ୧୬ ବର୍ଷ ବୟସରେ ଯେଉଁ ଆନ୍ଦୋଳନ କରିଥିଲେ ତାର ବାର୍ଷିକ ଉତ୍ସବ ଓ କୁମାର ଭାଇଙ୍କ ୭୮ ତମ ଜୟନ୍ତୀ ସମାରୋହ କଟକ ବିଡାନାଶି ସ୍ଥିତ ଆଦର୍ଶ ଆନ୍ତର୍ଜାତିକ ଶିକ୍ଷା କେନ୍ଦ୍ର ଓ ସୋଭାନୀୟ ସିକ୍ଷାଷ୍ରମ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ରାମ କୃଷ୍ଣ ମଠ ର ସ୍ବାମୀ ଜିବନା ନନ୍ଦ, ଥିଙ୍କର୍ସ କ୍ଳବ୍ ସଭାପତି ତଥା ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ, ସୂଚନା ଓ ଲୋକସଂପର୍କ ଶ୍ରୀ ବରଦା ପ୍ରସନ୍ନ ଦାସ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ କିପରି ଭଲ ମଣିଷ ହେଇ ପାରିବେ ସେ ଦିଗରେ କହିଥିଲେ ।
ଅରୁଣଧତି ଦେବୀ ସଭାପତିତ୍ବ କରି ସୂଚନା ପ୍ରଦାନ କରିଥିଲେ । ଅତିଥି ମାନେ ପତାକା ଉତ୍ତୋଳନ ପରେ ପିଲାମାନେ ସାହି ପରିକ୍ରମା କରିଥିଲେ ।

Related Posts