Odisha News

ଅମ୍ରିତ ଋତୁରାଜଙ୍କ ଉପନ୍ୟାସ ‘ ପାଶ୍ୱର୍ସ୍ରୋତ’ଉନ୍ମୋଚିତ

ସୁଦାମ ପାତ୍ରଙ୍କ ରିପୋର୍ଟ
ଭୁବନେଶ୍ୱର, ୧/୨: ଖୋର୍ଦ୍ଧା ଜିଲ୍ଲାପାଳ ଋତ୍ତୁରାଜଙ୍କ ପ୍ରଥମ ଉପନ୍ୟାସ ତଥା କୁଟିଆ କନ୍ଧମାନଙ୍କ ଜୀବନୀ ଆଧାରିତ ‘ପାଶ୍ୱର୍ସ୍ରୋତ’ ବୁଦ୍ଧ ମନ୍ଦିର ଅଡିଟୋରିୟମଠାରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ଔପନାସିକ ତଥା ବିଶିଷ୍ଟ ଲେଖିକା ସରୋଜିନୀ ସାହୁ, ସାହିତ୍ୟକ ଅଜୟ ସ୍ୱାଇଁ, ଉପନ୍ୟାସର ପ୍ରକାଶକ ଆଦିତ୍ୟ ଭାରତର ନିର୍ଦ୍ଦେଶକ ଦେବାଶିଷ ସାମନ୍ତରାୟ, କଥାଶିଳ୍ପୀ ଚିରଶ୍ରୀ ଇନ୍ଦ୍ରର ସିଂ ପ୍ରମୁଖ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ଅତିଥିମାନେ କହିଥିଲେ, ଉପନ୍ୟାସରେ କୁଟିଆ କନ୍ଧମାନଙ୍କର ଜୀବନୀ ଚଳନି ଓ ସଂସ୍କୃତି ଉପରେ ସ୍ୱତନ୍ତ୍ର ଆଲେଖ୍ୟ ରହିଛି । ସେମାନଙ୍କର ଉଚ୍ଚ ପରମ୍ପରା , ପ୍ରଥା , ଜୀବନୀ ଜୀବିକା ଉପାର୍ଜନକୁ ବିଭିନ୍ନ ପ୍ରମାଣିକ ଉପସ୍ଥାପନା ମାଧ୍ୟମରେ ପାଠକମାନଙ୍କୁ ଋତ୍ତୁୁରାଜ ଭେଟି ଦେଇଛନ୍ତି ।
ପ୍ରାୟ ଏହି ଜନଜାତିକୁ ମୁଖ୍ୟ ସ୍ରୋତ ନୁହେଁ , ବରଂ ନିଜ ସହ ପାଶ୍ୱର୍ରେ ନେଇ ଆଗକୁ ବଢ଼ିବା ପାଇଁ ପ୍ରୟାସ ଏହି ପୁସ୍ତକରେ ଉଲ୍ଲେଖ ରହିଛି । ପ୍ରକୃତି ସହ ନିବିଡ଼ ଆତ୍ମୀୟତା , ବିଶ୍ୱାସ ଓ ଆଧୁନିକ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ କରାଯାଇଛି । ଏହା ପାଠକ ବିଶେଷ କରି ବୁଦ୍ଧିଜୀବୀ, ସାମ୍ବାଦିକ ଓ ଜନଜାତିଙ୍କ ଉପରେ ଗବେଷଣା କରୁଥିବା ଛାତ୍ରଛାତ୍ରଙ୍କ ଉପାଦୟେ ତଥ୍ୟ ରହିଛଇ ବୋଲି ମତ ପ୍ରକାଶ ପାଇଛି ।
ସେହିଭଳି ପ୍ରଶାସନିକ କାର୍ଯ୍ୟରୁ ସମୟ ବାହାର କରି ଜନଜାତିକୁ ହୃଦୟରୁ ସମ୍ମାନ କରୁଥିବା ଏବଂ ଏହି ଅଞ୍ଚଳର ଜନଜାତିମାନଙ୍କ ସହ ବିତିଥିବା ସମୟର ଅନୁଭବ ଓ ଅନୁଭୂତି ସମ୍ପର୍କରେ ଔପନ୍ୟାସିକ ଋତୁରାଜ ମତବ୍ୟକ୍ତ କରିଥିଲେ ।

Related Posts