Odisha News

ଅମୃତ ମହୋତ୍ସବ ପାଳନ କଲେ ନୟାଗଡ଼ ରେଡକ୍ରସ ଫୋରମ୍ ଓ ସାଇ ଖାଦ୍ୟ ରଥ

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୫/୮: ନୟାଗଡ଼ ରେଡକ୍ରସ ଫୋରମ୍ ସାଇ ଖାଦ୍ୟ ରଥ ମିଳିତ ଆନୁକୂଲ୍ୟରେ ଅମୃତ ମହୋତ୍ସବ ପାଳନ କରାଯାଇଛି। ଚିକୁ ପଟ୍ଟନାୟକ ଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସାମିଲ୍ ହୋଇ ଅମୃତ ମହୋତ୍ସବ ଉତ୍ସବ କୁ ଉଦ୍ଘାଟନ କରିଥିଲେ।
ସ୍ବାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ମ୍ୟୁନିସିପାଲଟି ର ସମସ୍ତ କାଉନସିଲର ଏବଂ ବହୁ ବୁଦ୍ଧିଜୀବୀ, ସମାଜସେବୀ ସେବି ଯୋଗଦେଇ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ରେ ଭାରତ ମାତା କି ଜୟ, ଘର ଘର ତ୍ରିରଙ୍ଗା, ବନ୍ଦେ ମାତରଂ ନାରା ଦେଇ ଜଗନ୍ନାଥ ମନ୍ଦିର ଠାରୁ ବାହାରି ସହର ପରିକ୍ରମା କରିଥିଲେ।
ସହର ପରିକ୍ରମା ପରେ ସାଇ ପ୍ରସାଦ ଖାଦ୍ୟ ରଥ ତରଫରୁ ଓଡ଼ଗାଁ ବ୍ଲକ ବାଣ୍ଠପୂର ପଞ୍ଚାୟତ ଆଦିବାସୀ ବହୁଳ ତୁଲୁଭି ଗ୍ରାମ ଠାରେ ଅସହାୟ, ନିରାଶ୍ରୟ ମାନଙ୍କୁ ଖାଦ୍ୟ , ବସ୍ତ୍ର , ଜୋତା, ଛତା ଆଦି ସାମଗ୍ରୀ ବଣ୍ଟନ କରାଯାଇଥିଲା।

Related Posts

Seo wordpress plugin by www.seowizard.org.