Bollywood

ଅମିତାଭ ବଚ୍ଚନଙ୍କ ବିରୋଧରେ ମାମଲା ରୁଜୁ, ଗଣିବେ ୧୦ ଲକ୍ଷ ଟଙ୍କାର ଜୋରିମାନା

ନୂଆଦିଲ୍ଲୀ,୫/୧୦: ବଲିଉଡର ବିଗ ବି ଅମିତାଭ ବଚ୍ଚନ ନିଜର ଦମଦାର ଅଭିନୟ ଓ ବ୍ୟକ୍ତିତ୍ବ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାଆନ୍ତି। ସମ୍ପ୍ରତି ତାଙ୍କୁ ନେଇ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ସିଏଆଇଟି (କନଫେଡେରେସନ୍ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ) ଅମିତାଭ ବଚ୍ଚନଙ୍କ ବିରୋଧରେ ଅଭିଯୋଗ ନେଇ ଖାଉଟି ବ୍ୟାପାର ମନ୍ତ୍ରାଳୟର ଦ୍ୱାରସ୍ଥ ହୋଇଛି।
ଖାଉଟି ବ୍ୟାପାର ମନ୍ତ୍ରାଳୟରେ ସିଏଆଇଟି ଦାଖଲ କରିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି କି, ଫ୍ଲିପକାର୍ଡରେ ଏବେ ବିଗ୍ ବିଲିୟନ ଡେ ସେଲ୍ ଅଫର ଚାଲିଛି। ଏହି ସେଲ ଅବସରରେ ଏକ ମୋବାଇଲର ବିଜ୍ଞାପନରେ ବିଗ୍ ବି ଅମିତାଭ ବଚ୍ଚନ ନଜର ଆସିଛନ୍ତି।
ବିଲିୟନ ଡେ ସେଲରେ ଅମିତାଭ ବଚ୍ଚନ ମୋବାଇଲଗୁଡ଼ିକର ବିଜ୍ଞାପନ କରି କହିଛନ୍ତି, ‘ଏତେ ଶସ୍ତାରେ ମୋବାଇଲ ଅଫ୍- ଲାଇନ୍ ବଜାରରେ ଗ୍ରାହକମାନେ ପାଇ ପାରିବେ ନାହିଁ।’
ଅମିତାଭଙ୍କ ଏଭଳି ବିଜ୍ଞାପନ ବାଣୀ ଶୁଣି ଅଫ-ଲାଇନ ବଜାରର ମୋବାଇଲ ଦୋକାନୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଉ କହିଛନ୍ତି, ‘ଅମିତାଭଙ୍କ ଠାରୁ ଏଭଳି ବିଜ୍ଞାପନ ଆଶା କରାଯାଉ ନଥିଲା। କାରଣ ସେ ହେଉଛନ୍ତି ଜଣେ ଚର୍ଚ୍ଚିତ ଚେହେରା । ସେ ଯାହା କହିବେ ଲୋକେ ତାହାକୁ ସହଜରେ ଗ୍ରହଣ କରିବେ। ’
ଏହି ଘଟଣାକୁ ନେଇ ସିଏଆଇଟିର ଜେନେରାଲ ସେକ୍ରେଟାରୀ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି, ‘ ଗ୍ରାହକଙ୍କୁ ଭ୍ରମିତ କରିବା ସହ ମିଥ୍ୟା ପ୍ରତିଶ୍ରୁତି ଦେବା ଅଭିଯୋଗରେ ଫ୍ଲିପକାର୍ଡକୁ ଦଣ୍ଡିତ କରାଯିବା ସହ ଅମିତାଭ ବଚ୍ଚନଙ୍କ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଦାବି କରାଯାଇଛି। ତାଙ୍କର ଏଭଳି ବିଜ୍ଞାପନ ହେତୁ ଭାରତ ବଜାରରେ ଥିବା ଅନ୍ୟ ବ୍ୟବସାୟୀ ଓ ସପ୍ଲାଏରଙ୍କ ବ୍ୟବସାୟକୁ କ୍ଷତି ପହଞ୍ଚିପାରେ।’

Related Posts

Seo wordpress plugin by www.seowizard.org.