ଅମରନାଥ ଗୁମ୍ଫା ନିକଟରେ ବାଦଲଫଟା ବର୍ଷା: ଚାଲିଗଲା ୫ ଜୀବନ

ନୂଆଦିଲ୍ଲୀ, ୮/୭: ଜମ୍ମୁ ଓ କଶ୍ମୀରର ପବିତ୍ର ଅମରନାଥ ଗୁମ୍ଫା ନିକଟରେ ଶୁକ୍ରବାର ହୋଇଛି ବାଦଲ ଫଟା ବର୍ଷା। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆହୁରି ଅନେକ ଲୋକ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। କିଛି ତୀର୍ଥଯାତ୍ରୀ ଶିବିର ଭାସିଯାଇଛି।
ଅପରାହ୍ଣ ପ୍ରାୟ ସାଢ଼େ ୫ଟା ବେଳେ ଏଠାରେ ବାଦଲ ଫାଟିଥିଲା। ଫଳରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ବନ୍ଦ ହେବା ପରେ ଆଇଟିବିପି ପକ୍ଷରୁ ଉଦ୍ଧାର କାର୍ୟ୍ୟ ଆରମ୍ଭ କରାଯାଇଛି।
୪୩ ଦିନିଆ ବାର୍ଷିକ ଅମରନାଥ ଯାତ୍ରା ଚଳିତ ବର୍ଷ ଜୁନ୍ ୩୦ ତାରିଖରୁ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ଶ୍ରଦ୍ଧାଳୁ ଅନରନାଥ ଗୁମ୍ପାରେ ପ୍ରାର୍ଥନା କରି ସାରିଛନ୍ତି। ସୂଚନାଯୋଗ୍ୟ, ଖରାପ ପାଗ ଯୋଗୁ ଗତ ମଙ୍ଗଳବାର ଅମରନାଥ ଯାତ୍ରାକୁ ବନ୍ଦ ରଖାଯାଇଥିଲା।