Ollywood News

ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ, ଲିଭର୍ ସିରିଓସିସ ରୋଗରେ ପୀଡିତ

ଭୁବନେଶ୍ବର,୧/୨: ଓଲିଉଡର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ ଥିବା ଜଣାଯାଇଛି। ସେ ଲିଭର ସିରିଓସିସ ରୋଗରେ ପୀଡ଼ିତ ଥିବାର ସୂଚନା ମିଳିଛି। ସେ କିଛି ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀ ନେଇ ଅତ୍ୟାଧୁନିକ ପ୍ରଣାଳୀରେ ଟ୍ରିଟମେଣ୍ଟ କରିବାକୁ ପରାମର୍ଶ ଦେଇଥିବା କୁହାଯାଉଛି।ୟଗ୍ଦ ଚ୍ଚ
ଓଲିଉଡର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ବହୁ ବର୍ଷ ହେବ ଓଡିଆ ସିନେମା ଜଗତରେ ସକ୍ରିୟ ଅଛନ୍ତି। ଦର୍ଶକ ପିଣ୍ଟୁ ନନ୍ଦଙ୍କୁ କେତେବେଳେ ଖଳନାୟକ, କେତେବେଳେ ସହନାୟକ ପୁଣି କେତେବେଳେ କମେଡିଆନ୍ ଚରିତ୍ରରେ ଦେଖିଛନ୍ତି। ପିଣ୍ଟୁ ବିଭିନ୍ନ ସମୟରେ ନାୟକ/ନାୟିକାଙ୍କ ଭାଇ,ଦାଦା ଭଳି ଚରିତ୍ରରେ ବି ନଜର ଆସିଛନ୍ତି।
ପିଣ୍ଟୁ ଶତାଧିକ ଓଡ଼ିଆ ଛବିରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ କେତେକ ଉଲ୍ଲେଖନୀୟ ସିନେମା ହେଲା ଜୟ ଜଗନ୍ନାଥ, ବାହୁଡ଼ିବେ ମୋ ଜଗାବଳିଆ, ଆଇ ଲଭ୍ ମାଇଁ ଇଣ୍ଡିଆ, ସାଥୀରେ, ପ୍ରେମ ପାଇଁ ମହାଭାରତ, କଥା ଦେଲି ମଥା ଛୁଇଁ, ଲଭ୍ ମାଷ୍ଟର, ଦୋସ୍ତି, ପ୍ରେମ ଋତୁ ଆସିଲା ରେ, ହାତ ଧରି ଚାଲୁଥା, ରଙ୍ଗନମ୍ବର ଓ ‘ଲଭ୍ ଏକ୍ସପ୍ରେସ୍’ ଆଦି। ତାଙ୍କ ଅଭିନୀତ ଆଲବମ୍ ଏ ଗଉରାଟ୍ଟ ତାଙ୍କୁ ପ୍ରାରମ୍ଭିକ ସମୟରେ ସର୍ବାଧିକ ଲୋକପ୍ରିୟ କରିଥିଲା।
ପିଣ୍ଟୁ ନନ୍ଦ ଓଲିଉଡର ଅଧିକାଂଶ ଆଗଧାଡ଼ିର ନିର୍ଦେଶକଙ୍କ ସହ କାମ କରିଛନ୍ତି। ଏମାନଙ୍କ ଭିତରେ ସବ୍ୟସାଚୀ ମହାପାତ୍ର, ସଂଗ୍ରାମ ବିଶ୍ବାଳ, ହର ପଟ୍ଟନାୟକ, ବସନ୍ତ ସାହୁ, ହିମାଂଶୁ ପରିଜା, ସୁଧାଂଶୁମୋହନ ସାହୁ, ସଞ୍ଜୟ ନାୟକ, ଅଶୋକ ପତି, ସୁଶାନ୍ତ ମଣି, ଏସ କେ ମୁରଲୀଧରନ୍, ସୁଧାକର ବସନ୍ତ , ଦିଲୀପ ପଣ୍ଡା ଓ ତାପସ ସରଘରିଆ ପ୍ରମୁଖଙ୍କ ନାମ ରହିଛି।

Related Posts

Seo wordpress plugin by www.seowizard.org.