Odisha News

ଅଭିନବ ପ୍ରୟାସ: ପ୍ଲାଷ୍ଟିକ୍ ଦିଲେ ମିଳିବ ମାଗଣା ଖାଦ୍ୟ

ଗୁଜୁରାଟ,୩/୭: ପ୍ଲାଷ୍ଟିକ୍ ଦେଲେ ମିଳିବ ମାଗଣା ସୁସ୍ୱାଦ ଖାଦ୍ୟ । ଏଭଳି ଏକ ଅଭିନବ ପ୍ରୟାସ କରିଛନ୍ତି ଗୁଜୁରାଟ୍ ସରକାର । ଆଉ ଏହାର ଉଦଘାଟନ ରାଜ୍ୟପାଳ ଆଚାର‌୍ୟ୍ୟ ଦେବବ୍ରତ କରିଛନ୍ତି । ଗୁଜୁରାଟ୍ରେ ଏମିତି ଏକ କ୍ୟାଫେର ନିର୍ମାଣ କରାଯାଇଛି, ଯେଉଁଠାରେ ପ୍ଲାଷ୍ଟିକ ଦେଲେ ପ୍ରତିବଦଳରେ ମିଳୁଛି ମାଗଣା ଖାଇବା । ରାଜ୍ୟର ଜୁନାଗଢରେ ଉଦଘାଟନ ହୋଇଥିବା ଏଇ କ୍ୟାଫେର ନାଁ ପ୍ରାକୃତିକ ପ୍ଲାଷ୍ଟିକ କ୍ୟାଫେ ରହିଛି ।
କ୍ୟାଫେର ପରିଚାଳନା ଦାୟିତ୍ୱ ସର୍ବୋଦୟ ସଖୀ ମଣ୍ଡଳ ଦ୍ୱାରା କରାଯାଉଛି । ମହିଳା ଗୋଷ୍ଠୀ ପୂରା ପରିଚାଳନାର ଭାର ନିଜ ହାତରେ ରଖିଛନ୍ତି। ଯାହାକୁ ନେଇ ପୂରା ଦେଶରେ ବେଶ୍ ଚର୍ଚ୍ଚା ଚାଲିଛି । ମିଳିଥିବା ସୂଚନା ଅନୁସାରେ, ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ଜାଗା ଏବଂ ଅନ୍ୟ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି । ସେପଟେ ଏଇ କ୍ୟାଫେ ସମ୍ପର୍କରେ ଜୁନାଗଡ ଜିଲ୍ଲାପାଳ କହିଛନ୍ତି, ଆମେ ସହରକୁ କେମିତି ସରସ ସୁନ୍ଦର ରଖିବା ସେ ଦାୟିତ୍ୱ ଆମ ସମସ୍ତଙ୍କର। ତେଣୁ ପ୍ଲାଷ୍ଟିକ ଆମ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଆମେ ତାହାକୁ ନଷ୍ଟ କରିବାକୁ ପ୍ରତିଶ୍ରୁତିବଦ୍ଧ ହେବା ଦରକାର ବୋଲି ସେ କହିଛନ୍ତି।
ସୂଚନା ଅନୁସାରେ, ପ୍ରଥମ ପର‌୍ୟ୍ୟାୟରେ ୫ ଶହ ଗ୍ରାମ ପ୍ଲାଷ୍ଟିକ ବଦଳରେ ଗୋଟିଏ ଗ୍ଲାସ ଲେମ୍ବୁ ରସ ୧ କିଲୋ ପ୍ଲାଷ୍ଟିକ ବଦଳରେ ଗୋଟିଏ ପ୍ଲେଟ ଢୋକଲା କିମ୍ବା ପୋହା ଦିଆଯାଉଛି । ସେହିପରି ଆଗାମୀ ଦିନରେ ଅଧିକ ପ୍ଲାଷ୍ଟିକ ଦେଲେ ଆହୁରି ଅନ୍ୟାନ୍ୟ ସୁଆଦିଆ ଖାଇବା ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି। ଗୁଜୁରାଟ ପ୍ରଶାସନର ଏମିତି ନିଷ୍ପତ୍ତିକୁ ନେଇ ସବୁଆଡେ ବେଶ୍ ଚର୍ଚ୍ଚା ଚାଲିଛି ।

Related Posts

Seo wordpress plugin by www.seowizard.org.