Odisha News

ଅଧପନ୍ତରିଆ ହୋଇପଡିରହିଛି ଗୋଲେଇ କାମ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩/୪:ବୌଦ୍ଧ ସହରର ସୌନ୍ଦର୍ଯ୍ୟ କରଣ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ସହରର ମହାନଦୀ ବ୍ରିଜ ଛକ ହେଉ ଅବା ମହାନଦୀରେ ସେତୁରେ ଆଲୋକିକରଣ, ହନୁମାନ ମନ୍ଦିର ଠାରେ ମିନି ପାର୍କ ନିର୍ମାଣ ଏବଂ ସହରର ରାସ୍ତା ଘାଟ ଆଦି ନିର୍ମାଣ ନେଇ ପ୍ରଶାସନ ପକ୍ଷରୁ କରାଯାଇଛି । ହେଲେ ଆହୁରି ଅନେକ ସୌନ୍ଦର୍ଯ୍ୟ କରଣର କାର୍ଯ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ ଯୋଜନା ଚାଲୁ ରହିଛି । ଏପରିକି ଅନେକ କାର୍ଯ୍ୟ ବାରମ୍ବାର ଭଙ୍ଗାଗଢାରେ ଚାଲୁ ରହିଛି ।
ଯାହାଫଳରେ ସରକାରୀ ଅର୍ଥ ଅଯଥାରେ ମଧ୍ୟ ଖର୍ଚ୍ଚ ହେବାରେ ଲାଗିଛି । ଆଉ କିଛି କାର୍ଯ୍ୟ ଦୀର୍ଘ ଦିନ ହେବ ପଡି ରହିଛି । ସେଥିମଧ୍ୟରୁ ସହରର ନୂଆଁସାହି ଛକ ଠାରେ ହେବାକୁ ଥିବା ଗୋଲେଇ କାର୍ଯ୍ୟ । ଏହି ଗୋଲେଇ କାର୍ଯ୍ୟ ଆରମ୍ଭ ହୋଇ ଦୀର୍ଘ ଦିନ ହେବ ପଡିରହିଛି । ଯାହାଫଳରେ ଜନସାଧାରଣ ଯିବା ଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସହରର ୱାରଲେସ ଛକ ଠାରୁ ନୂଆସାହି ଛକ ଦେଇ ଗୋଟିଏ ପଟେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଡକୁ ଯାଇଥିବା ବେଳେ ଆରପଟେ ବୁଟୁପାଲି ଆଡକୁ ଯାଇଛି ।
ଏହି ସ୍ଥାନଟି ପ୍ରାୟତଃ ଜନଗହଳି ସ୍ଥାନ ହୋଇଥିବା ବେଳେ ଜନଗହଳିକୁ ନିୟନ୍ତ୍ରଣ, ରାସ୍ତାର ପ୍ରଶସ୍ଥି କରଣ ଓ ନୂଆସାହି ଛକର ସୌନ୍ଦର୍ଯ୍ୟ କରଣ ପାଇଁ ପ୍ରଶାସନ ପକ୍ଷରୁ ଏକ ଗୋଲେଇ କାର୍ଯ୍ୟ ଆରମ୍ଭ ହୋଇଥିଲା । ସେଥିପାଇଁ ଏଠାରେ ଥିବା ବଡ ବଡ ଗଛକୁ କଟା ଯାଇ କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ବର୍ତ୍ତମାନ ଏହି କାର୍ଯ୍ୟ ଅଧାରେ ପଡିରହିଛି । ଏହି ବାଟ ଦେଇ ଯାଉଥିବା ଯାତ୍ରୀମାନେ ଯିବା ଆସିବା କରିବାରେ ଅସୁବିଧା ଦେଖାଦେଉଛି ।
ପିଲାମାନେ ଏହି ରାସ୍ତା ଦେଇ ସ୍କୁଲ, କଲେଜ ଯାଉଛନ୍ତି । ପାଖରେ ଜିଲ୍ଲା ସଂଗ୍ରହାଳୟ ମଧ୍ୟ ରହିଛି । ବିଭିନ୍ନ କାର୍ଯ୍ୟକ୍ରମମାନ ଏଠାରେ କରାଯାଉଛି । ଯାହାଫଳରେ ଏହି ରାସ୍ତା ଗହଳି ହେଉଛି । ଏହି ରାସ୍ତାଟି ସହରର ଏକ ପ୍ରମୁଖ ରାସ୍ତା ହୋଇଥିବା ବେଳେ ଅଧପନ୍ତରିଆ ହୋଇ କାର୍ଯ୍ୟ ପଡିରହିବା ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ତେଣୁ ଏହି ଗୋଲେଇ କାର୍ଯ୍ୟକୁ ତୁରନ୍ତ ସଂପୂର୍ଣ୍ଣ କରିବାକୁ ସାଧାରଣରେ ଦାବି ହେଉଛି । ଏନେଇ ପୂର୍ତ ବିଭାଗ ନିର୍ବାହୀଯନ୍ତ୍ରୀ ପ୍ରଭାତ ଦାଶଙ୍କୁ ପଚାରିବାରୁ କାମରେ କିଛିଟା ପରିବର୍ତନ ହେବାର ଅଛି ଯେହେତୁ ନିର୍ବାଚନ ଆଚରଣବିଧି ଲାଗୁ ହୋଇଗଲା ସେଥିପାଇଁ କାର୍ଯ୍ୟ ଆଗେଇ ପାରିନଥିବା ପ୍ରକାଶ କରିଛନ୍ତି ।
ବିଭିନ୍ନ ଦାବି ପୂରଣ ନେଇ ଅଙ୍ଗନୱାଡି କର୍ମୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ବୌଦ୍ଧ,୩/୪: ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କରସ ଆସୋସିଏସନ ପକ୍ଷରୁ ୧୪ ଦଫା ଦାବି ପୁରଣ ନେଇ ଆଜି ଏକ ବିରାଟ ଶୋଭାଯାତ୍ର ଜଗନ୍ନାଥ ମନ୍ଦିର ଠାରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଂଚିଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।
ଅଙ୍ଗନୱାଡି କ୍ଷେତ୍ରରେ ସ୍କିମ ପ୍ରଥାକୁ ଉଚ୍ଛେଦ କରି ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରିଯିବା ସହିତ ଚାକିରୀ ସର୍ତାବଳୀ ଲାଗୁ କରାଯିବା, ଯେ ପର୍ଯ୍ୟନ୍ତ ସରକାରୀ ମାନ୍ୟତା ମିଳିନାହିଁ ମାସିକ ପାରିଶ୍ରମିକ ଅଙ୍ଗନୱାଡି କର୍ମୀମାନଙ୍କୁ ୨୧ ହଜାର ଓ ସହାୟୀକା ମାନଙ୍କୁ ୧୫ ହଜାର ଟଙ୍କା ପ୍ରଦାନ କରାଯିବା, ୨୦୧୯ ମାର୍ଚ୍ଚ ମାସରୁ ସରକାରଙ୍କ ଦ୍ୱାରା ଘୋଷିତ ଅବସରକାଳୀନ ସହାୟତା ରାଶି ଏବଂ ଗ୍ରୀଷ୍ମ ଅବକାଶକୁ ଲାଗୁକରାଯାଉ, ଅବସରକାଳିନ ସହାୟତା ରାଶିକୁ ବୃଦ୍ଧି କରି ୫ ଲକ୍ଷ ଟଙ୍କା ସହିତ ମାସିକ ୫ ହଜାର ଅବସରକାଳିନ ପେନସନ ପ୍ରଦାନ କରାଯାଉ । ମିନି ଅଙ୍ଗନୱାଡି କର୍ମୀଙ୍କୁ ଅଙ୍ଗନୱାଡି କର୍ମୀର ମାନ୍ୟତା ସହିତ ସହାୟୀକା ନିଯୁକ୍ତି ଦିଆଯାଉ, ଆନ୍ଦୋଳନ ସମୟରେ କାର୍ଯ୍ୟରୁ ବହିଷ୍କୃତ ୭ ଜଣ ଅଙ୍ଗନୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି ଦିଆଯାଉ ।
ରାଷ୍ଟ୍ରୀୟ ନିତି ୨୦୨୦ ଅନୁଯାଇ ରାଜ୍ୟର ଅଙ୍ଗନୱାଡି କେନ୍ଦ୍ରକୁ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ସହିତ ଅଙ୍ଗନୱାଡିକର୍ମୀଙ୍କୁ ତାଲିମ ଦେଇ ଦକ୍ଷତା ବିକାଶ କରି ପ୍ରି -ପ୍ରାଇମେରୀ ଓ ସହାୟୀକା ମାନଙ୍କୁ ଆସିଷ୍ଟାଣ୍ଟ ପ୍ରି ପ୍ରାଇମେରୀ ଶିକ୍ଷକର ମାନ୍ୟତା ଦିଆଯାଉ, କାର୍ଯ୍ୟରତ ସମୟରେ ଅଙ୍ଗନୱାଡିକର୍ମୀ, ମିନି ଅଙ୍ଗନୱାଡିକର୍ମୀ ଓ ସହାୟୀକା ମୃତ୍ୟୁ ବରଣ କଲେ ମୃତ୍ୟୁ କାଳିନ ସହାୟତା ରାଶି ୫ ଲକ୍ଷ ଟଙ୍କା ଓ ପରିବାରର ଜଣକୁ ଅଙ୍ଗନୱାଡି କର୍ମଚାରୀ ଭାବେ ନିଯୁକ୍ତି ପ୍ରଦାନ, ଅଙ୍ଗନୱାଡି କର୍ମୀମାନଙ୍କୁ ବରିଷ୍ଠତା ଭିତିରେ ଦରମା ବୃଦ୍ଧି ସହିତ ବାର୍ଷିକ ଇନକ୍ରିମେଣ୍ଟ ପ୍ରଦାନ, କରୋନା ସମୟରେ ମୃତ୍ୟୁ ବରଣ କରିଥିବା କର୍ମୀ ଓ ସହାୟୀକାମାନଙ୍କୁ କେନ୍ଦ୍ର ସରକାର ଘୋଷିତ ୫୦ ଲକ୍ଷ ଟଙ୍କାର ବୀମା ଓ ୨୪ ମଇ ୨୦୨୧ ରାଜ୍ୟ ସରକାର ଘୋଷିତ ୬୦ ବର୍ଷ ହେବା ପର୍ଯ୍ୟନ୍ତ ମାସିକ ୭୫୦୦ ଟଙ୍କା ଓ ପରିବାରର ଜଣକୁ ନିଯୁକ୍ତି ଦିଆଯା ।
ରବିବାର ବା ଛୁଟିଦିନ କାର୍ଯ୍ୟ କଲେ ଦୁଇଗୁଣ ଦରମା ସହିତ କାର୍ଯ୍ୟ ପାଇଁ ଚିଠି ଓ ସଠିକ ପାରିଶ୍ରମିକ ପ୍ରଦାନ କରାଯାଉ, ଗାଁ କଲ୍ୟାଣ ସମିତିରୁ ଅଙ୍ଗନୱାଡିଙ୍କୁ ବାଦ ଦିଆଯିବା ସହିତ ବଜାର ଦରକୁ ଆଖି ଆଗରେ ରଖି ଗରମ ରନ୍ଧା ଖାଦ୍ୟର ମୂଲ୍ୟ ବୃଦ୍ଧି କରାଯାଉ, ସୋପାନ କାର୍ଯ୍ୟକ୍ରମର ଉପଯୁକ୍ତ ପ୍ରାପ୍ୟ ନ ଦେବା ପର୍ଯ୍ୟନ୍ତ ସେଥିରୁ ଅଙ୍ଗନୱାଡି କର୍ମୀଙ୍କୁ ବାଦ ଦିଆଯାଉ ଆଦି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘର ଜିଲ୍ଲା ଉପସଭାପତି ମନୋରଂଜନ ମିଶ୍ର, ଜିଲ୍ଲା ସଂପାଦକ ଲୋକନାଥ ଶତପଥି, ଉର୍ମିଳା ମହାପାତ୍ର, ସତ୍ୟବତୀ ସାହୁ, ଶୋଭାରାଣି ଭୋଇ, ପ୍ରତିଭା ସାହୁ, କୌଶଲ୍ୟା ମେହେର ପ୍ରମୁଖ ସାମିଲଥିଲେ ।

Related Posts

Seo wordpress plugin by www.seowizard.org.