Odisha News

ଅଟୋ ସହ ପିକ୍ଅପ୍ ଭ୍ୟାନର ମୁହାଁମୁହିଁ ଧକ୍କା : ୫ଜଣ ଛାତ୍ର ଆହତ

ଦଶପଲ୍ଲା,୧୫/୧୨: ପିଲାଙ୍କୁ ସ୍କୁଲରୁ ନେଇ ଯାଉଥିବା ଅଟୋ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ପିକ୍ଅପ୍ ଭ୍ୟାନ୍ ସହ ଅଟୋ ମୁହାଁମୁହିଁ ଧକ୍କା ହେବାରୁ ୫ଜଣ ଛାତ୍ର ଆହତ ହୋଇଛନ୍ତି। ଏପରି ଦୁର୍ଘଟଣା ଘଟିଛ ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିକଟ ଅନ୍ଧାରକୋଟ ଛକ ନିକଟରେ।
ଆହତ ଛାତ୍ରମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଛାତ୍ର ଜଣଙ୍କ ହେଲେ ପରେଶ ବେହେରା। ତାଙ୍କ ଗୋଡ଼ ଭାଙ୍ଗି ଯାଇଛି। ତାଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଛାତ୍ରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ଅଟୋଟି ୬ଜଣ ଛାତ୍ରଙ୍କୁ ନେଇ ଦଶପଲ୍ଲା ଆଦର୍ଶ ବିଦ୍ୟାଳୟକୁ ଆସୁଥିଲା। ଏହି ସମୟରେ ଅନ୍ଧାରକୋଟ ଛକ ନିକଟରେ ଅଟୋ ସହ ପିକ୍ଅପ୍ ଭ୍ୟାନର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୫ଜଣ ଛାତ୍ର ଆହତ ହୋଇଥିଲେ। ଦୁର୍ଘଟଣାରେ ଅଟୋ ଡ୍ରାଇଭର ଓ ପିକ୍ଅପ୍ ଭ୍ୟାନ ଡ୍ରାଇଭରର କିଛି ହୋଇ ନାହିଁ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Related Posts

Seo wordpress plugin by www.seowizard.org.